ନୂଆଦିଲ୍ଲୀ : ମୂଷା କାମୁଡାରେ ଜଣେ ଛାତ୍ରୀଙ୍କ ଡାହାଣ ପାଶ୍ୱର୍ଟି ପକ୍ଷାଘାତ ହୋଇଯାଇଛି । ଦାନାଭାଇଗୁଡେମର ବିସି ୱେଲଫେୟାର ହଷ୍ଟେଲର ଦଶମ ଖ୍ନେଣୀରେ ପଢୁଛନ୍ତି ଛାତ୍ରୀ ଜଣଙ୍କ । ଝିଅର ନାମ ହେଉଛି ଲକ୍ଷ୍ମୀ ଭବାନୀ କୀର୍ତ୍ତି । ୧୫ ଥର ମୂଷା କାମୁଡାରେ ଛାତ୍ରୀଙ୍କ ପକ୍ଷାଘାତରେ ପୀଡିତ ଅଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଲକ୍ଷ୍ମୀଙ୍କ ପରିବାର ସଦସ୍ୟ । ତେଲେଙ୍ଗାନା ଟୋଡେ ଡଟ କମ ଅନୁସାରେ ଅଜୟ କୁମାରଙ୍କ ତତ୍ୱାବଧାନରେ ମମତା ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ତଥାପି ସେ ସ୍ନାୟୁଗତ ସମସ୍ୟାରେ ପୀଡିତ ଅଛନ୍ତି । ତେେବେ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ପୂର୍ୱତନ ମନ୍ତ୍ରୀ ତଥା ବିଆରଏସ ବିଧାୟକ ଟି ହରିଶ ରାଓ ସୋସିଆଲ ମିଡିଆରେ ଛାତ୍ରୀଙ୍କ ଅବସ୍ଥା ଦେଖି ଉଦବେଗ ପ୍ରକାଶ କରିଛନ୍ତି । ଏପଟେ ହଷ୍ଟେଲରେ ପଢୁଥିବା ଛାତ୍ରୀମାନଙ୍କ ପ୍ରତି କଂଗ୍ରେସ ସରକାର ଅବହେଳା କରିଥିବା କୁହାଯାଉଛି ।