ନୂଆଦିଲ୍ଲୀ : ଓଡିଆ ରାପର ଅଭିନବ ସିଂ ମୃତ୍ୟୁ ମାମଲାରେ ବାଙ୍ଗାଲୋରରେ ଓଡିଶା ପୋଲିସ ଛାନଭିନ କରିଛି । ଅନଲାଇନ ସାଇଟରୁ ଅର୍ଡର ହୋଇଥିଲା ବିଷ । ମୃତଦେହ ମିଳିଥିବା ରୁମରୁ ମିଳିଛି ପଏଜନ ବୋଟଲ । ଏବଂ ଏହା ସହିତ ପୁଳା ପୁଳା ମେଡିସିନ ମଧ୍ୟ ମିଳିଛି । ରୁମରୁ ମିଳିଥିବା ମେଡିସିନ ସିଜୋଫିନିଆ ରୋଗୀ ଖାଇଥାନ୍ତି । ରାପର ସିଜୋଫିନିଆରେ ପୀଡିତ ଥିବା ନେଇ ପୋଲିସ ସନ୍ଦେହ କରୁଛି ।










