21.1 C
Bhubaneswar
Saturday, February 28, 2026
Homeଦେଶ ବିଦେଶଦେଶବ୍ୟାପୀ ପିଙ୍କ୍ ମୋବିଲିଟି ବିସ୍ତାର କରୁଛି ରାପିଡୋ

ଦେଶବ୍ୟାପୀ ପିଙ୍କ୍ ମୋବିଲିଟି ବିସ୍ତାର କରୁଛି ରାପିଡୋ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ରାଇଡ୍‌-ସେୟାରିଂ ପ୍ଲାଟଫର୍ମ ରାପିଡୋ, ମହିଳାମାନଙ୍କ ପାଇଁ ସ୍ଥାୟୀ ଆୟ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସାରା ଦେଶରେ ଏହାର ପିଙ୍କ୍ ମୋବିଲିଟି ପଦକ୍ଷେପର ବିସ୍ତାର ଘୋଷଣା କରିଛି। ଏହି ପ୍ରୟାସର ଲକ୍ଷ୍ୟ ମହିଳାଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି, ସେମାନଙ୍କ ଆର୍ôଥକ ସ୍ୱାଧୀନତା ସହ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା। ଆଗାମୀ ତିନି ବର୍ଷ ମଧ୍ୟରେ ସାରା ଦେଶରେ ୨ ଲକ୍ଷରୁ ଅଧିକ ମହିଳା କ୍ୟାପ୍ଟେନ୍‌ଙ୍କ ଏକ ସ୍ଥାୟୀ ଫ୍ଲିଟ୍ ନିର୍ମାଣ କରିବା ପାଇଁ ରାପିଡୋ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହା ପଦକ୍ଷେପ ଅନ୍ତର୍ଗତ ରାପିଡୋ, ଆଜାଦ୍ ଫାଉଣ୍ଡେସନ ଏବଂ ସଖା କନସଲ୍ଟିଂ ୱିଙ୍ଗସ୍ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି।

ଏହି ସଫଳତାକୁ ସ୍ମରଣୀୟ କରିବା ପାଇଁ, ରାପିଡୋ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ “ଏମ୍ପାଓହର୍‌: ଡ୍ରାଇଭିଂ ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ଆଣ୍ଡ୍ ଏମ୍ପାୱାରମେଣ୍ଟ‘ ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କାର୍ଯ୍ୟକ୍ରମରେ ପ୍ରମୁଖ ବିଚାରକ, ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍‌ର ସଂସ୍ଥାପକଙ୍କ ସହ ଅନୁଭବୀ ଗିଗ୍ କର୍ମୀ ଏବଂ ଅଗ୍ରଣୀ ମହିଳା ଡ୍ରାଇଭର ଯୋଗ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଶ୍ରୀନିବାସ ରାଓ, ଜାତୀୟ ମୁଖ୍ୟ, ଆଜାଦ୍ ଫାଉଣ୍ଡେସନ; ଡକ୍ଟର ଅର୍ପିତା ମୁଖାର୍ଜୀ, ଆଇସିଆର୍‌ଆଇଇଆର୍ ପ୍ରଫେସର; ବ୍ରେକ୍ ଥ୍ରୁ’ର ବର୍ଷା ଚକ୍ରବର୍ତ୍ତୀ; ସଖାର ଚାମ୍ପିଅନ୍ ଡ୍ରାଇଭର୍ ଅଞ୍ଜନା; ଆଜାଦ ଫାଉଣ୍ଡେସନର ପ୍ରତିଷ୍ଠାତା ମିନୁ ଭଡେରା; ସୁନୈନା କୁମାର, ଓଆରଏଫ୍ ବରିଷ୍ଠ ଫେଲୋ ଏବଂ ଥିଙ୍କ୍ ୨୦ ଇଣ୍ଡିଆ ସେକ୍ରେଟେରିଏଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ; ଏନ୍‌ସିଏଇଆର୍‌ର ପ୍ରଫେସର ବର୍ଣ୍ଣାଲି ଭଣ୍ଡାରୀ; ଏବଂ ଆର୍ଥ ପ୍ରତିଷ୍ଠାତା ଏବଂ ସିଇଓ ଏବଂ ହାପି’ର ସହ-ପ୍ରତିଷ୍ଠାତା ଶ୍ୱେତା ଅପରାମେୟା ପ୍ରମୁଖ ପ୍ରସିଦ୍ଧ ବକ୍ତା ସାମିଲ ଥିଲେ। କାର୍ଯ୍ୟକ୍ରମରେ ସମାନ କ୍ୟାରିଅର ପଥ ସୃଷ୍ଟି କରିବା, ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅଣ-ପାରମ୍ପରିକ ଶିଳ୍ପରେ ମହିଳାମାନଙ୍କର ଆର୍ôଥକ ସାକ୍ଷରତା ବୃଦ୍ଧି କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ରାପିଡୋ, ଆଜାଦ୍ ଫାଉଣ୍ଡେସନ ଏବଂ ସଖା କନସଲ୍ଟିଂ ୱିଙ୍ଗସ୍ ମଧ୍ୟରେ ସ୍ୱାକ୍ଷରିତ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ଅଧୀନରେ, ଅବହେଳିତ ମହିଳାମାନଙ୍କୁ ବୃତ୍ତିଗତ ଡ୍ରାଇଭିଂ କୌଶଳରେ ତାଲିମ୍ ଦିଆଯିବ, ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ ଏବଂ ପରିବହନ କ୍ଷେତ୍ରରେ ଆର୍ôଥକ ସଶକ୍ତିକରଣକୁ ପ୍ରୋତ୍ସାହିତ କରାଯିବ। ଏତଦ୍‌ବ୍ୟତୀତ ମହିଳାଙ୍କ ଆର୍ôଥକ ସ୍ଥିରତା ପାଇଁ ପ୍ରତି ମାସରେ ୨୫,୦୦୦ ପର୍ଯ୍ୟନ୍ତ ସ୍ଥିର ଆୟ ସୁନିଶ୍ଚିତ କରିବା, ଯାନବାହାନ କ୍ରୟ, ପଞ୍ଜୀକରଣ, ପରାମର୍ଶ, ସୁରକ୍ଷା ତାଲିମ ଏବଂ ସଚେତନତା ଅଧିବେଶନରେ ତାଲିମପ୍ରାପ୍ତ ମହିଳା ଡ୍ରାଇଭରମାନଙ୍କୁ ସମର୍ଥନ କରିବା ଏବଂ ଦ୍ଧତିଗତ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ ଆଜାଦ୍ ଫାଉଣ୍ଡେସନ ଏବଂ ସଖା ସହିତ ମିଳିତ ପଦକ୍ଷେପ ଉପରେ ନୀତି ନିର୍ଦ୍ଧାରକମାନଙ୍କ ସହିତ କାର୍ଯ୍ୟ କରିବା ଭଳି ପ୍ରତିଶ୍ରୁତିବଦ୍ଧତା ପ୍ରଦାନ କରିଛି। ରାପିଡୋର ଚିଫ୍ ଅଫ୍ ଷ୍ଟାଫ୍ ଶ୍ରବ୍ୟା ରେଡ୍ଡୀ କହିଛନ୍ତି, ମହିଳାମାନଙ୍କୁ ସଶକ୍ତ କରିବା ହେଉଛି ରାପିଡୋର ମୂଳ ମିଶନ। ପିଙ୍କ୍ ମୋବିଲିଟି ପଦକ୍ଷେପର ଦେଶବ୍ୟାପୀ ପ୍ରସାରଣ ଏକ ଅଧିକ ଅନ୍ତର୍ଭୁକ୍ତ ଗତିଶୀଳତା ଇକୋସିଷ୍ଟମ ଗଠନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟ ସରକାର, ନୀତି ନିର୍ଦ୍ଧାରକ ଏବଂ ଆମର ଅଂଶୀଦାରମାନଙ୍କ ଠାରୁ ଆମେ ପାଇଥିବା ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଁ ଆମେ ଅତ୍ୟନ୍ତ କୃତଜ୍ଞ, ଯେଉଁମାନେ ଏହି ଅଭିବୃଦ୍ଧିକୁ ସମ୍ଭବ କରିଛନ୍ତି।

ସେହିପରି ଆଜାଦ ଫାଉଣ୍ଡେସନ୍ ଏବଂ ସଖାର ପ୍ରତିଷ୍ଠାତା ମିନୁ ଭାଡେରା କହିଛନ୍ତି: “ଲିଙ୍ଗ ସମାନତା ଏବଂ ମହିଳାମାନଙ୍କୁ ସେମାନଙ୍କର ମାନବିକ ଅଧିକାର ବିଷୟରେ ସଚେତନ କରିବା ସାମାଜିକ ପ୍ରଗତି ପାଇଁ ମୂଳଦୁଆ। ଆଜାଦ ଫାଉଣ୍ଡେସନ ଏବଂ ସଖାରେ, ଆମର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ନିଜକୁ ସଶକ୍ତ କରିବା, ଆବଶ୍ୟକୀୟ ଦକ୍ଷତା ହାସଲ କରିବା ଏବଂ ସମ୍ମାନର ସହିତ ସ୍ଥାୟୀ ଜୀବିକା ଅର୍ଜନ କରିବା। ପ୍ରକାଶ, ଆଜାଦ ଫାଉଣ୍ଡେସନ ଏକ ଅଗ୍ରଣୀ ଏନଜିଓ ଯାହାକି ପରିବର୍ତ୍ତନମୂଳକ ଦକ୍ଷତା ଶିକ୍ଷା, ପରାମର୍ଶ ଏବଂ ନୀତି ଅନ୍ତର୍ଭୁକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ। ସେହିପରି ସଖା କନସଲ୍ଟିଂ ୱିଙ୍ଗସ୍‌, ଏକ ସାମାଜିକ ଉଦ୍ୟୋଗ ଯାହାକି ମହିଳାମାନଙ୍କ ପାଇଁ ସୁରକ୍ଷିତ ପରିବହନ ସମାଧାନ ପ୍ରଦାନ କରି ଏବଂ ବୃତ୍ତିଗତ ଡ୍ରାଇଭର ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ଏବଂ ଏହି ମିଶନକୁ ଆଗକୁ ବଢ଼ାଏ। ଏହି ପ୍ରକ୍ରିୟାରେ ଲିଙ୍ଗଗତ ସମାନତାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking