କଟକ: ଗଣଦୁଷ୍କର୍ମ ପୀଡିତାଠୁ ଠକିନେଲେ ସହାୟତା ଅର୍ଥ । ୧ ଲକ୍ଷ ୧ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଲାଲବାଗ ଥାନାରେ ନରସିଂହପୁର ଅଞ୍ଚଳର ପୀଡିତାଙ୍କ ଅଭିଯୋଗ । ପୀଡିତାଙ୍କୁ ସରକାରଙ୍କ ପକ୍ଷରୁ ୩ ଲକ୍ଷ ୭୫ ହଜାର ଟଙ୍କା ମିଳିଥିଲା । ଜଣେ ମହିଳା କଟକ ଜିଲ୍ଲାପାଳଙ୍କ ଅଫିସରୁ କଲ କରିଥିଲେ । ୧ଲକ୍ଷ ଟଙ୍କା ଲାଞ୍ଚ ନଦେଲେ ଟଙ୍କା ଫେରିଯିବ କହିଥଲେ । ପୀଡିତା ୧ ଲକ୍ଷ ୧ ହଜାର ଟଙ୍କା ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।