ଦିଲ୍ଲୀ : ଦିଲ୍ଲୀର ନନ୍ଦ ନାଗ୍ରି ଅଞ୍ଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଦୁଇ ଜଣ ଯୁବକ ନାବାଳିକାକୁ ଅସଦାଚରଣ କରୁଥିଲେ । ଏହି ସମୟରେ ଜଣେ ଯୁବକ ଏହାକୁ ବିରୋଧ କରୁଥିଲେ । ବିରୋଧ କରୁଥିବା ଯୁବକ ଜଣଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଏନେଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । କିଶାନ କୁମାର ନାମକ ଜଣେ ବ୍ୟକ୍ତି ଫୋନ କରି ସୂଚନା ଦେଇଛନ୍ତି , ଦୁଇ ଭାଇ ଜଣେ ଝିଅକୁ ଅସଦାଚାରଣ କରୁଛନ୍ତି । ଯେତେବେଳେ କିଶନ ନାମକ ଜଣେ ଯୁବକ ଏହାକୁ ବିରୋଧ କରି ଉଭୟଙ୍କୁ ଅଟକାଇ ଥିଲେ । ଅଭିଯୁକ୍ତ ସେମାନଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ତାପରେ ସଲମାନ ନାମକ ଜଣେ ବ୍ୟକ୍ତି ଛୁରୀରେ ମନୀଷଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ମୃତ୍ୟୁ ହୋଇଛି । ସଂପୃକ୍ତ ଘଟଣାରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ଏହି ମାମଲାରେ ପୁଲିସ ଖବର ପାଇ ତୁରନ୍ତ କାରାୟ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତା ସହିତ ଛୁରୀକୁ ଜବତ କରିଛି ପୋଲିସ । ଉଭୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ ।