21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପ୍ରେମିକ ଆଗରେ ପ୍ରେମିକାକୁ ଦୁଷ୍କର୍ମ

ପ୍ରେମିକ ଆଗରେ ପ୍ରେମିକାକୁ ଦୁଷ୍କର୍ମ

ଗୁଜୁରାଟ: ଗୁଜୁରାଟରୁ ଆସିଛି ହୃଦୟ ଥରିଯିବା ଭଳି ଘଟଣା। ଘରୁ ଫେରାର ହୋଇଥିବା ପ୍ରେମି ଯୁଗଳଙ୍କୁ ସାହାର୍ଯ୍ୟ ବାହାନାରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଗୁଜୁରାଟର ଖେଡ଼ା ଜିଲ୍ଲାରେ ଘଟିଛି ଏହି ଅମାନଷିକ ହତ୍ୟାକାଣ୍ଡ। ସୋମବାର ଦିନ ୩୦ ବର୍ଷର ଯୁବକ ପ୍ରକାଶ ନିନାମଙ୍କୁ ଏହି ପ୍ରେମି ଯୋଡ଼ି ରହିବାକୁ ସାହାର୍ଯ୍ୟ ମାଗିଥିଲେ। ସାହାର୍ଯ୍ୟ ଦେବା ନାଁରେ ଯୁବକ ଜଣଙ୍କ ଏହି ପ୍ରେମି ଯୋଡ଼ିଙ୍କୁ ଏକ ଶୂନଶାନ ଯାଗାକୁ ନେଇ ଯାଇଥିଲା। ସେଠାରୁ ଯୁବକଙ୍କୁ ପ୍ରଥମେ ଆକ୍ରମଣ କରିଥିଲା ପରେ ଯୁବତୀଙ୍କ ବେହୋସ ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଏତିକିରେ ବି ପିଶାଚର ମନ ଶାନ୍ତି ହୋଇନଥିଲା। ମହିଳାଙ୍କ ଯୌନାଙ୍ଗରେ ଗୁଟଖା ଭର୍ତ୍ତି କରି ତାଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ।

ବୁଧବାର ସକାଳୁ ଗାଁର କିଛି ଲୋକ ପଡ଼ିଆକୁ ଗାଈ ଚଳାଇବାକୁ ଯାଇଥିବା ବେଳେ ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୁହିଁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏନେଇ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା। ଖେଡ଼ା ଜିଲ୍ଲାର ମହୁଧା ପୋଲିସ ତଦନ୍ତ ପାଇଁ ୧୦ଟି ଟିମ୍ ଗଠନ କରି ଛାନଭିନ ଆରମ୍ଭ କରିଥିଲା। ପୋଲିସ ଅଞ୍ଚଳର ୧୫୦ରୁ ଅଧିକ ସିିସିଟିଭି ଫୁଟେଜ ଯାଂଚ କରିଥିଲା। ଡାକୋରର ଏକ ଫୁଟେଜରୁ ଜଣା ପଡ଼ିଥିଲା ଏହି ପ୍ରେମି ଯୋଡ଼ି ତୃତୀୟ ବ୍ୟକ୍ତି ସହ ବାଇକରେ ବସି ଯାଉଥିଲେ। ପୋଲିସ ଏହା ପରେ ଅଭିଯୁକ୍ତକୁ ଗିରଫ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତ ପୋଲିସ ସାମ୍ନାରେ ସବୁ ସତ କହିଥିଲା। କିପରି ସାହାର୍ଯ୍ୟ ଦେବା ନାଁରେ ତାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିଲା ଅଭିଯୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking