18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଦେଢବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ !

ଦେଢବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ !

ବିହାର: ବିହାରର ଗୋପାଳଗଞ୍ଜରେ ଦେଢବର୍ଷର ଶିଶୁକନ୍ୟାକୁ ବଳାତ୍କାର । ଘର ପାଖରେ ଖେଳୁଥିବା ବେଳେ ତାଙ୍କୁ ଅପହରଣ କରି ନେଇଯାଇଥିଲେ ଦୁର୍ବୃତ୍ତ । ପରେ ସ୍ଥାନୀୟ ଲୋକେ ଶିଶୁଟିର ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ମାନେ ଧରି ମାଡ ମାରି ପୋଲିସ ହାତରେ ଧରାଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରୁଛି । ତେବେ ଏହା ବିହାରରେ ପ୍ରଥମ ଘଟଣା ନୁହେଁ , ପୂର୍ବରୁ, ଗୋପାଳଗଞ୍ଜର ନଗର ଥାନା ଅଞ୍ଚଳରେ ଆଉ ଏକ ଯୁବତୀଙ୍କୁ ବନ୍ଧକ ରଖାଯାଇ ଗଣବଳାତ୍କାର କରାଯାଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଖସି ପଳାଇଥିଲେ। ପୋଲିସ ଦୁଇ ଯୁବକଙ୍କ ବିରୋଧରେ ଏଫଆଇଆର ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘଟଣାଟି ଗତ ରବିବାର ଘଟିଥିବା ଜଣାପଡ଼ିଛି। ପୋଲିସକୁ ଦେଇଥିବା ବୟାନରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦୁଇ ଯୁବକ ଗଣବଳାତ୍କାର କରିଛନ୍ତି। ପୋଲିସ ପୀଡିତାଙ୍କୁ ମଡେଲ ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସଦର ଏସଡିପିଓ ପ୍ରାଞ୍ଜଲ କହିଛନ୍ତି ଯେ ଏଫଏସଏଲ ଦଳ ଦ୍ୱାରା ଘଟଣାର ତଦନ୍ତ କରାଯିବା ପରେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking