27.1 C
Bhubaneswar
Sunday, March 22, 2026
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ପରେ ତାଙ୍କ ଟଙ୍କା ଚୋରି ଅଭିଯୋଗରେ ଅଭିଯୁକ୍ତ ଗିରଫ

ଯୁବତୀଙ୍କୁ ଦୁଷ୍କର୍ମ ପରେ ତାଙ୍କ ଟଙ୍କା ଚୋରି ଅଭିଯୋଗରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କର ୩୦ ହଜାର ଟଙ୍କା ଚୋରି କରି ନେବା ଅଭିଯୋଗରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ବିକାଶ ଦାସ(୨୫) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କର ଫେସବୁକ ଜରିଆରେ ଅଭିଯୁକ୍ତ ବିକାଶଙ୍କ ସହିତ ଚିହ୍ନାପରିଚୟ ହେବା ପରେ ପରସ୍ପର ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଥିଲେ । ପରେ ଉଭୟଙ୍କ ମଧ୍ୟରେ ଭଲପାଇବା ହେବା ପରେ ଅଭିଯୁକ୍ତ ଜଣକ ତାଙ୍କ ଭଡା ଘରକୁ ଯିବା ସହିତ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଏକାଧିକ ବାର ଦୁଷ୍କର୍ମ କରିଥିଲେ । ଏବଂ ପରେ ତାଙ୍କ ନିକଟରେ ଥିବା ୩୦ ହଜାର ଟଙ୍କା ଚୋରିକରି ନେଇ କେଉଁ ଆଡେ ଫେରାର ହୋଇଯାଇଥିଲେ ।ଏନେଇ ଯୁବତୀ ଜଣନଙ୍କ ପାହଳ ଥାନାରେ ଅଭିଯୋଗ କରିବା ପରେ  ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହି ଆଜି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking