16.1 C
Bhubaneswar
Monday, February 9, 2026
Homeଖେଳରଣଜୀ ଟ୍ରଫି: ଇନିଂସ୍ ଓ ୧୦୩ ରନ୍‌ରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଇନିଂସ୍ ଓ ୧୦୩ ରନ୍‌ରେ ହାରିଲା ଓଡ଼ିଶା

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି ଚତୁର୍ଥ ରାଉଣ୍ଡର୍ ଏକ ଏଲିଟ୍ ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ଓଡ଼ିଶା ଏକ ଇନିଂସ୍ ଓ ୧୦୩ ରନ୍‌ରେ ମୁମ୍ବାଇଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି। ସ୍ଥାନୀୟ ବିକେସିର ଶରଦ ପୱାର କ୍ରିକେଟ୍ ଏକାଡେମୀରେ ଅନୁଷ୍ଠିତ ମ୍ୟାଚ୍‌ରେ ଫଲୋଅନ୍‌ର ସମ୍ମୁଖୀନ ହୋଇଥିବା ଓଡ଼ିଶା ଚତୁର୍ଥ ଦିନ ୧୨୬/୫ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ୨୧୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଓଡ଼ିଶା ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ସନ୍ଦୀପ ପଟ୍ଟନାୟକ ୧୦୨ ରନ୍‌ର ଇନିଂସ୍ ଖେଳିଥିବା ବେଳେ ମୁମ୍ବାଇ ପକ୍ଷରୁ ଶମ୍ସ ମୁଲାନୀ ୬ଟି ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ମୁମ୍ବାଇ ୬୦୨/୪ରେ ପ୍ରଥମ ଇନିଂସ୍ ଘୋଷଣା କରିବା ପରେ ଓଡ଼ିଶା ୨୮୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଏହା ଚଳିତ ସିଜନ୍‌ରେ ଚାରିଟି ମ୍ୟାଚ୍‌ରୁ ଓଡ଼ିଶା ଟିମ୍‌ର ଲଗାତାର ଦ୍ୱିତୀୟ ଇନିଂସ୍ ପରାଜୟ। ଏହା ପୂର୍ବରୁ ଟିମ୍ ବରୋଦା ନିକଟରୁ ଏକ ଇନିଂସ୍ ଓ ୯୮ ରନ୍‌ରେ ପରାଜିତ ହୋଇଥିଲା। ଏହି ଇନିଂସ୍ ବିଜୟରୁ ମୁମ୍ବାଇ ୭ ପଏଣ୍ଟ ହାସଲ କରିଥିବା ବେଳେ ଓଡ଼ିଶା ହାତ ଖାଲି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking