27.1 C
Bhubaneswar
Wednesday, March 18, 2026
Homeଓଡିଶାରିମାଣ୍ଡରେ ଗଲା ରଙ୍ଗିଲା ୫ ସ୍ତ୍ରୀଙ୍କ ସ୍ବାମୀ

ରିମାଣ୍ଡରେ ଗଲା ରଙ୍ଗିଲା ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର : ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲ। ଆଜିଠୁ ୨ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି କମିଶନରେଟ ପୁଲିସ। ରିମାଣ୍ଡ ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର। ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା। ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ। ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିବା ବେଳେ ୨ଦିନର ରିମାଣ୍ଡ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking