17.1 C
Bhubaneswar
Tuesday, February 3, 2026
Homeଓଡିଶାଭିଜିଲାନ୍ସ ଜାଲରେ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ

ଭିଜିଲାନ୍ସ ଜାଲରେ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାହାମା ବନବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରୁଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ । ପ୍ରାଥମିକ ସୂଚନାରୁ ଯାହା ଜଣାପଡିଛି, ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ସୁନାଗହଣା ଜବତ କରାଯାଇଛି । ଜଗତସିଂପୁରର ଚତରାଠାରେ ଅବସ୍ଥିତ ଆବାସିକ ତିନି ମହଲା କୋଠା, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର, ପୋ-ଡୋଣ୍ଡୋ, ନିଜ ଗ୍ରାମଠାରେ ଦୁଇ ମହଲା ବିଶିଷ୍ଟ କୋଠା, କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ, ସମ୍ପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ, ଜଗତସିଂପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉରେ ଓଡିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଡିଏସପି, ୮ ନୀରିକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ସାମିଲ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking