ଭୁବନେଶ୍ୱର: ବିଦ୍ୟୁତ ବ୍ୟବହାର ୟୁନିଟ ହାର ବୃଦ୍ଧି ପାଇଁ ଗୃହରେ ପ୍ରଶ୍ନ କଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହାର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ୨୦୨୫ର ତଥ୍ୟ ଅନୁଯାୟୀ ଜାତୀୟ ସ୍ତରରେ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ୧୪୦୦ କିଲୋୱାଟ ଥିବା ବେଳେ ଓଡିଶା ପାଇଁ ୨୧୯୧ କିଲୋୱାଟ ରହିଛି । ଯାହାକି ଜାତୀୟ ସ୍ତର ତୁଳନାରେ ୫୩% ଅଧିକ । ଦେଶରେ ସର୍ବାଧିକ ବର୍ଷା ହେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ । ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ମାନେ କୃଷି ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ମୁଖ୍ୟତଃ ବିଦ୍ୟୁତ ଉପରେ ନିର୍ଭରଶୀଳ ନୁହଁନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ କୃଷି କ୍ଷେତ୍ର ପାଇଁ ସୁବିଧାରେ ବିଦ୍ୟୁତ ଯୋଗାଇଦେବା ପାଇଁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ବର୍ଷା ଉପରେ ନିର୍ଭରଶୀଳତାକୁ ସମୟ କ୍ରମେ ହ୍ରାସ କରାଯାଇପାରିବ । ପିଏମ କୁସୁମ ଭଳି ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରି ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି ।










