ଭୁବନେଶ୍ୱର: କଂଗ୍ରେସରୁ କେବେ କ୍ରସ ଭୋଟିଙ୍ଗ ହେବନି କହିଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରମେଶ ଜେନା ଓ ସୋଫିଆ ଫିର୍ଦ୍ଦୋଶ କାର୍ଯ୍ୟବ୍ୟସ୍ଥତାରୁ ଆସିନଥିଲେ । କିନ୍ତୁ ଉଭୟ ସମର୍ଥନ ଦେବେ ବୋଲି ମୋ ସହିତ କଥା ହୋଇଛନ୍ତି ବୋଲି କହିଛନ୍ତି କାଡାମ । ଅନ୍ୟପଟେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବଢି ଚାଲିଛି ରାଜନୀତି ଓ ଅଙ୍କକଷା । ତେବେ ବିଜେଡି ୨ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ କଂଗ୍ରେସ ଜଣଙ୍କୁ ସମର୍ଥନ କରିବ ବୋଲି କୁହାଯାଇଛି । ଅନ୍ୟପଟେ ବିଜେପି ଗତକାଲି ୧୬ ସେଟ ନାମାଙ୍କ ପତ୍ର ନେଇଥିଲା । ତେବେ ଏହାକୁ ନେଇ ବଡ କଥା ଉଠୁଛି , ଏହି ନିର୍ବାଚନରେ ଘୋଡା ବେପାର ବା କ୍ରସ ଭୋଟିଂ ନିର୍ବାଚନ ହେବନି ତ ? ତେବେ ଏହାରି ଭିତରେ ରାମଚନ୍ଦ୍ର କାଡାମ ସଫା ସଫା କହିଦେଇଛନ୍ତି କଂଗ୍ରେସରୁ କେବେ କ୍ରସ ଭୋଟିଙ୍ଗ ହେବନି ।










