କୋରାପୁଟ: ଟଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଓ ତାଙ୍କ ଟିମ୍ କୋରାପୁଟକୁ ଆସି ଫିଲ୍ମ ସୁଟିଂ କରୁଥିଲେ । ତେଲଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟର ବିଭିନ୍ନ ଲୋକେସନର ସୁଟିଂ କରି ଫେରିଛନ୍ତି । ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ରାଜା ମୌଲିଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଏହି ଅବସରରେ ସେ କୋରାପୁଟର ହାତ ତିଆରି ମିଲେଟ ଉପହାର ଦେଇଥିଲେ ।