21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ରାୟ ନ୍ୟାୟର ଉପହାସ: ପୂର୍ବତନ ବିଚାରପତି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ରାୟ ନ୍ୟାୟର ଉପହାସ: ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର୍‌.ଏଫ୍‌. ନରିମାନ ଅଯୋଧ୍ୟା ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ନରିମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କୀତ ସୁପ୍ରିମକୋର୍ଟଙ୍କ ରାୟକୁ ଧର୍ମନିରପେକ୍ଷତାର ନୀତି ବିରୁଦ୍ଧ ବୋଲି ଅଭିହିତ କରିବା ସହ ଏହାକୁ ନ୍ୟାୟ ପ୍ରକ୍ରିୟାର ଉପହାସ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବାବ୍ରି ମସ୍‌ଜିଦ୍ ତଳେ କୌଣସି ରାମ ମନ୍ଦିର ନାହିଁ ବୋଲି ସୁପ୍ରିମକୋର୍ଟ ସ୍ୱୀକାର କରିଥିଲେ। ତେବେ ନରିମାନଙ୍କ ଏପ୍ରକାର ବିବୃତି ପରେ ପୁଣିଥରେ ହିନ୍ଦୁ-ମୁସଲିମ୍ ବିବାଦ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କୀତ ମାମଲାର ଶୁଣାଣି କରିଥିଲେ ସେତେବେଳେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସଆଇ)ର ରିପୋର୍ଟ ଆଧାରରେ ହିଁ ନିଷ୍ପତ୍ତି ଶୁଣାଇଥିଲେ।

୨୦୧୯ରେ ସୁପ୍ରିମକୋର୍ଟ ସ୍ୱୀକାର କରିଥିଲେ ଯେ, ମସଜିଦ ଖାଲି ଜମିରେ ନିର୍ମିତ ହୋଇନାହିଁ। ସେଠାରେ ଏକ ମନ୍ଦିର ପରି ଢାଞ୍ଚା ବିଦ୍ୟମାନ ଥିଲା। ପ୍ରକାଶ, ୧୨ ମାର୍ଚ୍ଚ ୨୦୦୩ରେ, ଏଏସ୍‌ଆଇ ବିବାଦୀୟ ସ୍ଥାନରେ ଖନନ କରିଥିଲା। ଗ୍ରାଉଣ୍ଡ୍‌-ପେଣ୍ଟ୍ରେଟିଂ ରାଡାର (ଜିଆରପି) ଟେକ୍ନୋଲୋଜିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଯେ କୌଣସି ଐତିହାସିକ ଗଠନ କିମ୍ବା ଭୂମି ତଳେ ଲୁଚି ରହିଥିବା ମନୁଷ୍ୟ ନିର୍ମିତ ବସ୍ତୁକୁ ଚିହ୍ନଟ କରିବା। ତେବେ ବୈଷୟିକ ସୂଚକାଙ୍କ ଆଧାରରେ ଆହ୍ଲାବାଦ ହାଇକୋର୍ଟରୁ ଖନନ ପାଇଁ ଅନୁମତି ନିଆଯାଇଥିଲା। ୧୨ ମାର୍ଚ୍ଚ ୨୦୦୩ରେ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇ ପ୍ରାୟ ୫ ମାସ ପର୍ଯ୍ୟନ୍ତ ଚାଲିଥିଲା। ଖନନ ସ୍ଥଳରେ ସୁରକ୍ଷା ବାହିନୀ ଏବଂ କୋର୍ଟର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ। ଖନନ ସମୟରେ ବିଭିନ୍ନ ଅବଧିରୁ ସଂରଚନା ପ୍ରକାଶ ପାଇଥିଲା, ଯାହାକି ଏଠାରେ ମସଜିଦ୍ ନିର୍ମାଣ ପୂର୍ବରୁ ହିନ୍ଦୁ ଐତିହ୍ୟ ସମ୍ପନ୍ନ ମନ୍ଦିରର ଅବଶେଷ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking