31.1 C
Bhubaneswar
Friday, February 6, 2026
Homeଓଡିଶାଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ ତରଫରୁ ରାମକୀ ପ୍ଲାଣ୍ଟ ଘେରାଉ

ଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ ତରଫରୁ ରାମକୀ ପ୍ଲାଣ୍ଟ ଘେରାଉ

ଯାଜପୁର: ଯାଜପୁର ଜିଲ୍ଲା ର କଳିଙ୍ଗନଗର ଶିଳ୍ପା ଅଂଚଳ ରେ କାରଖାନା ଙ୍କ ମନ ମୁଖି ଶ୍ରମିକ ଛଟେଇ ପଦ୍ୟୁଷଣ ମୁକ୍ତ ଓ ବିସ୍ଥାପିତ ମାନଙ୍କ ସମାଧାନ ପାଇଁ ବିଭିନ୍ନ କାରଖାନା ସମ୍ମୁଖରେ ଧର୍ମଘଟ ଆନ୍ଦୋଳନ ଦେଖା ଯାଉଛି ଜିଲ୍ଲା ପ୍ରଶାସନ କାରଖାନା କର୍ତୃପକ୍ଷ ଶ୍ରମିକ ମାନଙ୍କ ଦାବି ଓ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଓ ପଦ୍ୟୁଷଣ ମୁକ୍ତ କରିବା ରେ ବିଫଳ ହେଉଛନ୍ତି l ଆଜିରାମକୀ କାରଖାନା ସମ୍ମୁଖରେ ଶ୍ରମିକ ଅଶାନ୍ତି ଦେଖା ଯାଇଛି l ରାମକୀ ପ୍ଲାଣ୍ଟ ଘେରିଲେ ଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ,୨୭ ଦଫା ଦାବିକୁ ନେଇ l ଦାବି ପୂରଣକର ନହେଲେ ଆନ୍ଦୋଳନ ଜୋରଦାର ହେବ ଉଠୁଛି ନାରା l ଦେଖିବାକୁ ମିଳିଛି ରାମକୀ ପ୍ଲାଣ୍ଟ ର ଗେଟ ସମ୍ମୁଖରେ l ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦା ତହସିଲ ଅଧିନସ୍ତ ପୁରୁଣାପାଣି ଗ୍ରାମ ପାଖରେ ଥିବା ଓଡିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ରାମକି ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ 27 ଦଫା ଦାବିପତ୍ର ପ୍ଲାଣ୍ଟ କତୃପକ୍ଷ ଙ୍କୁ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ଦାବି ମଧ୍ୟରେ ପ୍ଲାଣ୍ଟରେ ଯେପରି ବେଆଇନ ଶ୍ରମିକ ଛଟେଇ କରାଯାଉଛି ତାକୁ ବନ୍ଦ କରାଯାଉ l ଶ୍ରମିକ ମାନଙ୍କର ହକ ନାର୍ଯ୍ୟ ଦାବି ପୂରଣ କରାଯାଉ l ରାଜ୍ୟ ସରକାରଙ୍କ ର ଯେଉଁସବୁ ଗାଇଡ଼ ଲାଇନ ଅଛି ତାକୁ କମ୍ପାନୀ ପାଳନକରୁ l ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ଭଲି ବିଭିନ୍ନ ଦାବି 27 ଦଫା ଦାବିପତ୍ର ଦିଆଯାଇଛି l ଯଦି ଦାବି ଗୁଡିକ ଆଗାମୀ ଦିନରେ ପୂରଣ ନ ହୁଏ ତେବେ ଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ କଞ୍ଚିଚୁଆ ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଙ୍ଘର ଉପସଭାପତି କହିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking