ପୁରୀ: ଆଜି ୫ ଘଣ୍ଟିଆ ଜଗା ଦର୍ଶନ ବନ୍ଦ । ରାମଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଅପରାହ୍ମ ୫ଟାରୁ ରାତି ୧୦ଟା ଯାଏଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ପବିତ୍ର ଶ୍ରୀରାମ ନବମୀ । ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ସାରା ରାଜ୍ୟରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଛି । ଚଳିତ ବର୍ଷ ନବମୀ ଏପ୍ରିଲ ୨୬ରେ ପଡୁଥିବାରୁ ସେହିଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ନବମୀ ଉତ୍ସବ ପାଳିତ ହୋଇଛି । କିନ୍ତୁ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକା ଅନୁଯାୟୀ ୨୭ ତାରିଖରେ ନବମୀ ତିଥି ଥିବାରୁ ସମଗ୍ର ଉତ୍କଳରେ ଶ୍ରୀରାମ ନବମୀ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ।










