ନୂଆଦିଲ୍ଲୀ : ମଞ୍ଚରେ ‘ରାମ’ଙ୍କୁ ଆସିଲା ହାର୍ଟ ଆଟାକ । ରାମଲୀଳାରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଥିଲେ । ହଠାତ୍ ହୃଦଘାତରେ ଶିକାର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲ।। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦିଲ୍ଲୀର ଶାହଦରା ଇଲାକାରେ ନବରାତ୍ରି ଅବସରରେ ବିଶ୍ୱକର୍ମା ନଗରରେ ଜୟ ଶ୍ରୀ ରାମଲିଳା ଆୟୋଜନ କରାଯାଇଥିଲ। । ଉକ୍ତ ମଞ୍ଚରେ ସୁଶୀଲ କୌଶିକ ପ୍ରଭୁ ରାମ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କର ଅଭିନୟ ପୂରା ସରିନଥିଲା । ଏହାରି ମଧ୍ୟରେ ସିନରେ ଥିବା ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ପ୍ରାର୍ଥନା କରୁଛନ୍ତି, ହଠାତ୍ ସେହି ସମୟରେ ହୃଦୟରେ ଯନ୍ତ୍ରଣା ଅନୁଭବ କରି ସୁଶୀଲ କୌଶିକ ମଞ୍ଚ ଛାଡି ପଳାଇଥିଲେ । ହଠାତ୍ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲୋ ମୃତକ ଜଣଙ୍କ ହେଉଛନ୍ତି ବିଶ୍ୱକର୍ମା ନଗର ଅଞ୍ଚଳର ସୁଶୀଲ କୌଶିକ । ସେ ଜଣେ ପେଶାରେ ପ୍ରପର୍ଟି ଡିଲର । ବୟସ ମାତ୍ର ୪୫ ବର୍ଷ । ସେ ପ୍ରଭୁ ଶ୍ରୀ ରାମଙ୍କର ଜଣେ ପରମ ଭକ୍ତ । ସେ ପ୍ରଭୁ ଶ୍ରୀ ରାମଙ୍କର ଚରିତ୍ର ଅଭିନୟ କରିବା ସହିତ ଦମଦାର ସଂଳାପ କହି ଲୋକଙ୍କ ମନରେ ଭାବ ଜମାଉଥିଲେ।। ହେଲେ ହଠାତ୍ ମଞ୍ଚ କଳାର ଛାୟା ଘେରିଯିବ ବୋଲି କିଏ ଅବା ଜାଣିଥିଲା । ମଞ୍ଚରେ ସୁନୀଲ କୌଶିକଙ୍କ ଶେଷ ଅଭିନୟ ଥିଲ।। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛିା ତଦନ୍ତରୁ ଜଣାପଡିଛି ଯେ ହୃଦଘାତରୁ ସୁନୀଲ କୌଶିକଙ୍କ ମୃତ୍ୟୁ ହୋଇଛିା