ଭୁବନେଶ୍ୱର: ରାଜ୍ୟସଭା ଭୋଟକୁ ନେଇ ସସପେନ୍ସ ବଢାଇଲେ ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନା । ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି କହିଲେ ସୁବାସିନୀ ଜେନା । ଆହୁରି କହିଛନ୍ତି, ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି । ଦଳର ଶୃଙ୍ଖଳାରେ ବାନ୍ଧି ହୋଇ ରହିଛି । ଦଳ ଯାହା କହିବ ମାନିବି । ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ ଦେବେ ପ୍ରଶ୍ନକୁ ଏଡାଇ ଦେଲେ । କାହାକୁ ଭୋଟ ଦେବି କାହିଁକି କହିବି କହିଲେ ସୁବାସିନୀ ।










