29.1 C
Bhubaneswar
Monday, March 23, 2026
Homeଓଡିଶାବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟସଭା ସାଂସଦ ଶ୍ରୀ ଦିଗବିଜୟ ସିଂହ ଗୁରୁବାର ଦିନ ଭୁବନେଶ୍ୱସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅତ୍ୟାଧୁନିକ ଭିତ୍ତିଭୂମିକୁ ସେ ବୁଲି ଦେଖିବା ସହ ଏଠାରେ ଦିଆଯାଉଥିବା ତାଲିମ ପାଠ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାକୁ ନେବା ଦିଗରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜାଣି ସେ ଖୁସି ପ୍ରକାଶ କରିଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ରର ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ ଏବଂ ଅତ୍ୟାଧୁନିକ ଓ୍ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ଏହି ଅବସରରେ ସେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ଓ କ୍ୟାରିୟର ବିଷୟରେ ପଚାରି ବୁଝିଥିଲେ।

“ଶିଳ୍ପ ଉପଯୋଗୀ ତାଲିମ ପାଠ୍ୟକ୍ରମ ପ୍ରଦାନ କରିବାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଏକ ବିଶେଷ ପରିଚୟ ରହିଛି। ଏହି କେନ୍ଦ୍ରରେ ୬ଟି ବ୍ୟାଚର ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷକରି ବିଭିନ୍ନ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇବା ପ୍ରଶଂସନୀୟ। ଛାତ୍ରଛାତ୍ରୀଙ୍କ ସହିତ ଏଠାରେ ବିଭିନ୍ନ ସମୟରେ ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏହା ଏକ ଅନନ୍ୟ ଦକ୍ଷତା ବିକାଶ କେନ୍ଦ୍ର,’’ କହିଛନ୍ତି ଶ୍ରୀ ଦିଗବିଜୟ ସିଂହ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଚିବ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ, ବିଭାଗୀୟ ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଟି ଥମ୍ବିରାଜା, ଉପାଧ୍ୟକ୍ଷା ଶ୍ରୀମତୀ ଜିତାମିତ୍ର ଶତପଥୀ, ମୁଖ୍ୟ ବୈଷୟିକ ଅଧିକାରୀ ଶ୍ରୀ ଧନଞ୍ଜୟ ଷଡ଼ଙ୍ଗୀ ଏବଂ ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ବିଭୁ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking