36.1 C
Bhubaneswar
Tuesday, March 3, 2026
Homeଓଡିଶାରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ କୁମାର ବିଜେପି ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ କୁମାର ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ମନମୋହନ ସାମଲ , ସୁଜିତ କୁମାର ବିଜେପି ପ୍ରାର୍ଥୀ  । ୨ଟି ଆସନ ପାଇଁ ବିଜେପି ଘୋଷଣା କଲା ନାଁ ।  ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ନାମ ଘୋଷଣା କରାଯାଇଛି । ମନମୋହନ ସାମଲ, ସୁଜିତ କୁମାରଙ୍କ ନାଁ ରେ ମୋହର ବାଜିଛି । ପ୍ରାର୍ଥୀ ଭାବେ ରିପିଟ ହୋଇଛନ୍ତି ସୁଜିତ କୁମାର , ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ତେବେ ବଡ କଥା ଚତୁର୍ଥ ଆସନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାରରୁ ରାଜ୍ୟସଭା ଯିବା ନେଇ ମଧ୍ୟ କୁହାଯାଉଛି । ଅନ୍ୟପଟେ ବିଜେଡିରୁ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯାହାକି ଦତ୍ତେଶ୍ୱର ହତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି କହିଛିି । ଅନ୍ୟପଟେ ରାଜ୍ୟସଭା ଅଙ୍କକୁ ଦେଖିବାକୁ ଗଲେ, କଂଗ୍ରସର ୧୫ ତା ସହିତ ବିଜେଡିର ବଳକା ଭୋଟ ୧୮ ରହିଛି, ଏହା ମିଶି ୩୩ ରହିଛି । କିନ୍ତୁ ୪ର୍ଥ ଆସନ ପାଇଁ ବିଜେପିକୁ ଦଖଲ କରିବା ପାଇଁ ଯାହା ତାଙ୍କ ପାଖେ ସଂଖ୍ୟା ରହିଛି ୨ଟି ସିଟ ଛାଡି ଆହୁରି ୨୨ଟି ବିଧାୟକ ରହୁଛନ୍ତି। ୨୨ ବିଧାୟକ ପରେ ଆଉ ୮ଟି ଭୋଟର ଆବଶ୍ୟକତା ରହିଛି । ତେଣୁ ଏହି ୮ଟି ଭୋଟ ବିଜେପି କିଭଳି ଆଣିବ , ୪ର୍ଥ ସିଟ ଦଖଲ କରିବା ପାଇଁ କଣ ପ୍ଲାନ କରିବ ବିଜେପି ତାକୁ ନେଇ ଚର୍ଚ୍ଚା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking