ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି । ହେଲେ ଦଳୀୟ ହ୍ୱିପକୁ ଅବମାନନା କରି ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି ।ବିଜେଡିର ୭ ବିଧାୟକ, କଂଗ୍ରେସ ର ୩ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି। କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ ବିଜେଡିରୁ ନିଲମ୍ବିତ ୨ ବିଧାୟକ ଅରବିନ୍ଦ ମହାପାତ୍ର ସନା ମହାକୁଡ଼ କ୍ରସ୍ ଭୋଟିଂ କରିଛନ୍ତି । ଏଥିସହ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର , ସୁବାଷିନୀ ଜେନା, ନବ ମଲିକ, ରମାକାନ୍ତ ଭୋଇ କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି ।
କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ । ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ । ସେପଟେ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ । ଏପଟେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପଥୟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି । ଏ କଥା ନିଜେ ସ୍ୱୀକାର କରିଛନ୍ତି ଦେବୀ ।ଅସାଧୁ ମେଣ୍ଟ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେବାକୁ କୁହାଗଲା । ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି ।










