ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ । ଏନେଇ ବିଜେଡି ବିଧାୟକ ସାରଦା ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ । ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ବୈଠକ ରହିଛି । ସନ୍ଧ୍ୟା ୫ଟା ୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ । ରାଜ୍ୟସଭା ନିର୍ବାଚନ ପରିଚାଳନା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱର ସହ ନେଇଛନ୍ତି । ଗତକାଲି ଅରୁଣ ସାହୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ନବୀନ ପଟ୍ଟନାୟକ ସବୁ ନିର୍ବାଚନକୁ ନେଇ ସିରିୟସ୍ ଥା’ନ୍ତି। ସେ ଯଦି ନିଜ ଦଳକୁ ସୁସଂଗଠିତ କରି ରଖିବାକୁ ଚେଷ୍ଟା କରୁଛନ୍ତି, ତେବେ ତାହାକୁ ଭୟ ବୋଲି କୁହାଯିବ ନାହିଁ। ଗୋଟିଏ ଭୋଟ୍ ଯେମିତି ଭୁଲ୍ ନହୁଏ, ସେଥି ପାଇଁ ବିଧାୟକଙ୍କୁ ତାଲିମ ଦେବାକୁ ନବୀନ ନିବାସ ଡକାଯାଉଛି। ଦଳର ସବୁ ବିଧାୟକ ଏକାଠି ଅଛନ୍ତି।
ଗତକାଲି ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ପ୍ରଶିକ୍ଷଣ ପାଇଁ ଡାକିଥିଲେ । ହେଲେ ବୈଠକରେ ୪୭ ବିଧାୟକ ଉପସ୍ଥିତ ଥିବା ବେଳେ ୬ ବିଧାୟକ ଅନୁପସ୍ଥିତି ଥିଲେ । ଆଜି ଦେଖିବାକୁ ବାକି ରହିଲା, କଣ ଆଜି ସବୁ ବିଧାୟକ ବୈଠକରେ ଉପସ୍ଥିତ ରହିବେ ନା, ପୁଣି କେଉଁ ବିଧାୟକ ଅନୁପସ୍ଥିତ ରହିବେ । ରାଜନୀତି ମହଲରେ କ୍ରସ ଭୋଟିଂର ଭୟ ଧିରେ ଧୀରେ ବଢିଲାଣି । ଦିନକ ପରେ ରାଜ୍ୟସଭା ନିର୍ବାଚନ । ଏହା ପୂର୍ବରୁ ସବୁ ଦଳୀୟ ନେତା ସଜାଗର ସହ ରହୁଛନ୍ତି ।










