24.1 C
Bhubaneswar
Tuesday, March 17, 2026
Homeଓଡିଶାରାଜ୍ୟସଭା ନିର୍ବାଚନ: ୮ ବିଧାୟକ କଲେ କ୍ରସ ଭୋଟିଂ !

ରାଜ୍ୟସଭା ନିର୍ବାଚନ: ୮ ବିଧାୟକ କଲେ କ୍ରସ ଭୋଟିଂ !

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି । ହେଲେ ଦଳୀୟ ହ୍ୱିପକୁ ଅବମାନନା କରି ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି ।ବିଜେଡି ର 5 ବିଧାୟକ, କଂଗ୍ରେସ ର 3 ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି। କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର , ଅରବିନ୍ଦ ମହାପାତ୍ର , ସନା ମହାକୁଡ଼, ସୁଭାଷିନୀ ଜେନା କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ । ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ । ସେପଟେ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking