29.1 C
Bhubaneswar
Saturday, March 14, 2026
Homeଓଡିଶାରାଜ୍ୟସଭା ନିର୍ବାଚନ: ପ୍ରଶିକ୍ଷଣ ବେଳେ ବିଜେଡିର ୬ ବିଧାୟକ ଅନୁପସ୍ଥିତ

ରାଜ୍ୟସଭା ନିର୍ବାଚନ: ପ୍ରଶିକ୍ଷଣ ବେଳେ ବିଜେଡିର ୬ ବିଧାୟକ ଅନୁପସ୍ଥିତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର କସରତ । ଆଉ କେଇଟା ଦିନ ପରେ ରାଜ୍ୟସଭା ନିର୍ବାଚନ । ଏନେଇ ସମସ୍ତଙ୍କ ମନରେ ବଢିଲାଣି ଦ୍ୱନ୍ଦ୍ୱ । ହେବକି କ୍ରସ ଭୋଟିଂ । ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଡକାଇଥିଲେ । ହେଲେ ବଡ କଥା ହେଉଛି ପ୍ରଶିକ୍ଷଣକୁ ୪୨ ଜଣ ଆସିଥିବା ବେଳେ ୬ ବିଧାୟକ ଅନୁପସ୍ଥିତ ଥିଲେ । ସମସ୍ତଙ୍କ ନଜର ସୁୂବାସିନୀ ଜେନା ଓ ସୌଭିକ ବିଶ୍ୱାଳଙ୍କ ଉପରେ ଥିଲା । ହେଲେ ସୁବାସିନୀ ଉପସ୍ଥିତ ରହିଥିଲେ , ସୌଭିକ ବିଶ୍ୱାଳ ଆସିନଥିଲେ । ସାରଦା ନାୟକ, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର ମନୋହର ରନ୍ଧାରୀ ଓ ସୁଦର୍ଶନ ହରିପାଲ ଏହି ୫ ବିଧାୟକ ପ୍ରଶିକ୍ଷଣ ବୈଠକରେ ଅନୁପସ୍ଥିତ ଥିଲେ । ବୈଠକରେ ଭୋଟିଂ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯାଇଥିଲା । ପ୍ରସନ୍ନ ଆଚାର୍ଯ୍ୟ ଆରମ୍ଭ କରିବା ପରେ ଅରୁଣ ସାହୁ ଭୋଟିଂ ପ୍ରକ୍ରିୟା ସମ୍ପର୍କରେ ତାଲିମ ଦେଇଥିଲେ । ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଦଳର ନିଷ୍ପତ୍ତି ମାନି ଦୁଇ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଶପଥ ନେବାକୁ କହିଥିଲେ ।

ଆଜି ପୂର୍ବାହ୍ମଣରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ଯାଇ ବିଧାୟକଙ୍କୁ ପୁଣି ଲାଇଭ ଟ୍ରେନିଂ ଦିଆଯିବ । ଏପଟେ ଗତ ୧୧ ତାରିଖରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସେଚତକ ରାଜନ ଏକ୍କା ବିଧାୟକମାନଙ୍କ ପାଇଁ ହ୍ୱିପ ଜାରି କରିଥିଲେ । ରାଜ୍ୟ ସଭା ନିର୍ବାଚନ ପାଇଁ ୧୩ରୁ ୧୬ ତାରିଖ ଯାଏଁ କୌଣସି କଂଗ୍ରେସ ବିଧାୟକ ଭୁବନେଶ୍ୱର ଛାଡି ନଯିବାକୁ କୁହାଯାଇଥିଲା । ହେଲେ ହ୍ୱିପକୁ ଉଲ୍ଲଙ୍ଘନ କରି ଭକ୍ତ ଦାସଙ୍କ ନେତୃତ୍ୱରେ ୮ ବିଧାୟକ ଭୁୁବନେଶ୍ୱର ଛାଡି ବାଙ୍ଗାଲୁରୁରର ଏକ ରିସର୍ଟରେ ଯାଇ ରହିଥିଲେ । ଅନ୍ୟପଟେ, ବିଜେପି ଏ ସବୁକୁ ଦେଖି ଦମ୍ଭାକ୍ତିର ସହ କହିଛି ଆମ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ସାହୁଙ୍କ ବିଜୟ ନିଶ୍ଚିନ୍ତ । ତେବେ ବିଜେଡିରେ ପ୍ରଶିକ୍ଷଣ ବୈଠକରେ ବିଧାୟକଙ୍କ ଅନୁପସ୍ଥିତି ଏହା ଏବେ ସନ୍ଦେହ ଘେରରେ । ହ୍ୱିପ ଜାରି କରିବା ସତ୍ତ୍ୱେ କାହଁକି ଆସିଲେନି ୬ ବିଧାୟକ । ଯଦି କଂଗ୍ରେସର ବିଧାୟକମାନେ ବାହାରକୁ ଯିବାର ଥିଲା ତେବେ କାହିଁକି ହ୍ୱିପ ଜାରି କରାଗଲା । ଯଦି ଜାରି କରାଗଲା ନିୟମ ଫୁ କରି କେମିତି ଭକ୍ତ ଦାସଙ୍କ ନେତୃତ୍ୱରେ ବାହାରକୁ ପଳାଇଲେ । ବିଜେଡିର ୬ ବିଧାୟକଙ୍କ ଅନୁପସ୍ଥିତି, କଂଗ୍ରେସର ୮ବିଧାୟକ ବାହାରକୁ ଯିବା, ହେବ କି କ୍ରସ ଭୋଟିଂ । ଏସବୁ ଏବେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking