ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ୩ ସେଟ ଫର୍ମ ନେଲା କଂଗ୍ରେସ । ଗୁଣପୁର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଫର୍ମ ନେଇଛନ୍ତି ।ଏଆଇସିସି ଏବଂ ଭକ୍ତ ଦାସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବିଜୟ ହେବେ କହିଲେ ବିଧାୟକ ସତ୍ୟଜିତ ଗମାଙ୍ଗ । ସୂଚନାଥାଉକି, ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଛି ବିଜେଡି । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ ନେଇଥିଲେ ସସ୍ମିତ ପାତ୍ର । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଫେବୃୟାରୀ 26ରୁ ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଛି । ମାର୍ଚ୍ଚ ୬ ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ରେ ରାଜ୍ୟସଭା ନିର୍ବାଚନ ହେବ । ଓଡିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡିଶା ସମେତ ୧୦ ରାଜ୍ୟରେ ଖାଲି ହେଉଛି ୩୭ ଆସନ ।










