16.1 C
Bhubaneswar
Wednesday, January 14, 2026
Homeଅପରାଧରାଜପୁତ କରଣୀ ସେନାର ରାଜ୍ୟ ସଭାପତିଙ୍କୁ ଗୁଳିକରି ହତ୍ୟା

ରାଜପୁତ କରଣୀ ସେନାର ରାଜ୍ୟ ସଭାପତିଙ୍କୁ ଗୁଳିକରି ହତ୍ୟା

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଜାମସେଦପୁରରେ ରାଜପୁତ କରଣୀ ସେନାର ରାଜ୍ୟ ସଭାପତି ବିନୟ ସିଂହଙ୍କୁ ହତ୍ୟା କରାଯାଇଛି। ମିନି ପଞ୍ଜାବ ନାମକ ଏକ ହୋଟେଲ ପାଖ ଗଳିରେ ତାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ବିନୟ ମାନଗୋ ସାହାରା ସିଟିରେ ରହୁଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି। ଘଟଣାକୁ ନେଇ ଝାଡ଼ଖଣ୍ଡର କ୍ଷେତ୍ରୀୟ ସମାଜ ଏବଂ କରଣୀ ସେନା ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ସଦସ୍ୟମାନେ ଦାବି କରିଛନ୍ତି। ବିନୟଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରୁ ପୁଲିସ ଏକ ବାଇକ ଏବଂ ଦେଶୀ ବନ୍ଧୁକ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking