ନୂଆଦିଲ୍ଲୀ: ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ । ଅପରେସନ ସିନ୍ଦୂର ବିତର୍କରେ ବିରୋଧୀଙ୍କୁ ରାଜନାଥଙ୍କ ସିଧା ନିଶାନା । କିଛି ବିରୋଧୀ ସଦସ୍ୟ ପଚାରୁଛନ୍ତି, ଆମର କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି । ମାତ୍ର ଶତ୍ରୁପକ୍ଷର କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି ପଚାରୁ ନାହାନ୍ତି । ଯଦି ପଚାରିଥାନ୍ତେ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଧ୍ୱଂସ ହୋଇଛି । ଉତ୍ତର ହେଉଛି ହଁ । ଅପରେସନରେ ଆମର ଯବାନ କ୍ଷତି ସହିଛନ୍ତି ପଚାରିଲେ , ଉତ୍ତର ନା । ଆମର କୌଣସି ଗୁରୁତ୍ୱପୂଣ୍ଣ ଆସେଟ କ୍ଷତିଗ୍ରସ୍ତ ହୋଇନି । ପାକିସ୍ତାନ ପରେ ଆକ୍ରମଣକୁ ଏସ-୪୦୦ , ଅନ୍ୟ ଏୟାର ଡିଫେନ୍ସ ପଣ୍ଡ କରିଛି ।










