19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଚୀନରେ ଆତଙ୍କବାଦ୍‌ ବିରୋଧରେ ଗର୍ଜିଲେ ରାଜନାଥ

ଚୀନରେ ଆତଙ୍କବାଦ୍‌ ବିରୋଧରେ ଗର୍ଜିଲେ ରାଜନାଥ

ନୂଆଦିଲ୍ଲୀ: ସଂଘାଇ ସହେଯାଗ ସଂଗଠନର  ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ  ଗୁରୁବାର ଦିନ ଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୀମାପାର ଆତଙ୍କବାଦ ପାଇଁ ପଡୋଶୀ ରାଷ୍ଟ୍ର ପାକିସ୍ତାନକୁ  ନିନ୍ଦା କରିଛନ୍ତି ।  ରାଜନାଥ ପାକକୁ ନିନ୍ଦା କରିବା ସହ  ଅନ୍ୟ ସଦସ୍ୟ  ସଦସ୍ୟ ରାଷ୍ଟ୍ରମାନଙ୍କୁ  ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ  ଅନୁରୋଧ କରିଛନ୍ତି ।  ସେ ପହଲଗାମ ଆକ୍ରମଣ ପରେ  ଆରମ୍ଭ ହୋଇଥିବା   ଅପରେସନ ସିନ୍ଦୁରକୁ   ପାକିସ୍ତାନ ପ୍ରୋୟଜିତ   ଆତଙ୍କବାଦର  ଜବାବ ଭାବରେ ଉଲ୍ଲେଖ କରିଛନ୍ତି ।  ପାକିସ୍ତାନକୁ ସିଧାସଳଖ ସମାଲୋଚନା କରି  ରାଜନାଥ ସିଂହ କହିଛନ୍ତି , କିଛି ଦେଶ ସୀମାପାର ଆତଙ୍କବାଦକୁ  ନୀତିର ଏକ ଅସ୍ତ୍ର  ଭାବରେ ବ୍ୟବହାର କରନ୍ତି ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ  ଦିଅନ୍ତି ।   ଏପରି ଦ୍ୱନ୍ଦ୍ୱ  ମାନଦଣ୍ଡ ପାଇଁ  କୌଣସି ସ୍ଥାନ ରହିବା ଉଚିତ ନୁହେଁ ।  ଏସସିଓ ଏପରି ରାଷ୍ଟ୍ରଗୁଡିକୁ  ସମାଲୋଚନା କରିବାକୁ ସଂକୋଚ କରିବା ଉଚିତ ନୁହେଁ ।  ରାଜନାଥ ସିଂହ “ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା” ପ୍ରଦର୍ଶନ କରିବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ। “ଆମେ ଦେଖାଇଛୁ ଯେ ଆତଙ୍କବାଦର କେନ୍ଦ୍ରସ୍ଥଳଗୁଡ଼ିକ ଆଉ ସୁରକ୍ଷିତ ନୁହେଁ ଏବଂ ଆମେ ସେମାନଙ୍କୁ ଟାର୍ଗେଟ କରିବାକୁ ସଂକୋଚ କରିବୁ ନାହିଁ  ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking