18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୧୮ରେ ଅବସର ନେବେ ରାଜୀବ କୁମାର

୧୮ରେ ଅବସର ନେବେ ରାଜୀବ କୁମାର

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆସନ୍ତା ୧୮ ତାରିଖରେ ଅବସର ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ନୂଆ ସିଇସି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ନୂଆ ସିଇସି ଚୟନ ପାଇଁ କମିଟି ବୈଠକ ବସିବ ବୋଲି ଜଣାପଡିଛି । ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରହିଛନ୍ତି। ସିଇସି ଓ ଇସି ଚୟନ ନିୟନ୍ତ୍ରଣ କରୁଥିବା ନୂଆ ଆଇନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସିଇସି ରାଜୀବ କୁମାର ଗତବର୍ଷ ଏପ୍ରିଲ-ଜୁନ୍‌ରେ ଲୋକସଭା ନିର୍ବାଚନ ଏବଂ ଏହା ପରେ ଜମ୍ମୁ-କଶ୍ମୀରର ପ୍ରଥମ ବିଧାନସଭା ନିର୍ବାଚନ ସମେତ ଏକାଧିକ ହାଇପ୍ରୋଫାଇଲ୍ ନିର୍ବାଚନ କାର୍ୟ୍ୟର ତଦାରଖ କରିଛନ୍ତି। ଗତ ସପ୍ତାହରେ ଦିଲ୍ଲୀ ନିର୍ବାଚନ ସିଇସି ରାଜୀବ କୁମାରଙ୍କ ନେତୃତ୍ବରେ ଶେଷ ନିର୍ବାଚନ ଥିଲା। ଗତ ଜାନୁଆରି ମାସରେ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ରାଜୀବ କୁମାର କହିଥିଲେ ଯେ ସେ ଅବସର ନେବା ପରେ ହିମାଳୟରେ ଅନେକ ମାସ ଏକାନ୍ତବାସରେ ରହିବାକୁ ଯୋଜନା କରୁଛନ୍ତି। ରାଜୀବ କୁମାର ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିଥିଲେ। ୨୦୨୩ରେ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ନିର୍ବାଚନ ତଦାରଖ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking