ଭୁବନଶ୍ବର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଜାତୀୟ ସଭାପତି ସୁନୀଲ ପନୱାରଙ୍କ ଅନୁମୋଦନ କ୍ରମେ ଆରଜିପିଏସ ଓଡ଼ିଶାରେ ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଏହି କ୍ରମରେ, ନିରୁପମା ପାତ୍ର ଓ ଡଃ ମନୀଷା ଦାସ ପଟ୍ଟନାୟକ ସହ-ଅଧ୍ୟକ୍ଷ, ସ୍ଵାଗତିକା ପଟ୍ଟନାୟକ ବରିଷ୍ଠ ଉପ ସଭାପତି, ବଳରାମ ବଗର୍ତ୍ତୀ, ତପନ ଚକ୍ରବର୍ତ୍ତୀ,ଅଖିଳ ଭତ୍ରା, ସୁବ୍ରତ ପ୍ରଧାନ, ଗୌରୀ ନାୟକ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତ ହୋଇଛନ୍ତି। ଏହା ବ୍ୟତୀତ, ଆବାହକ ଏବଂ ସହ ଆବାହକ ପାଇଁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତ କରାଯାଇଛି। ଯଥାକ୍ରମେ : କେନ୍ଦ୍ରାପଡ଼ା ପାଇଁ ରାକେଶ କୁମାର ରାଉତ ଆବାହକ ଓ ବିଜୟଲକ୍ଷ୍ମୀ ସାହୁ ସହ ଆବାହକ, ମୟୁରଭଞ୍ଜ (ପଶ୍ଚିମ) ଧରଣୀ ମହନ୍ତ ଓ ଗୋଲାପ ସୋରେନ, ମୟୁରଭଞ୍ଜ (ପୂର୍ବ) ବାଦଲ ହେମ୍ବ୍ରମ ଓ ସୁଜାତା ସିଂ, ବାଲେଶ୍ୱର ଆଶିଷ ପଟ୍ଟନାୟକ ଓ ଝୁନା ମୂଖୀ, ଯାଜପୁର ମନୋରଞ୍ଜନ ଦାସ ଓ ସୁଲୋଚନା ଦାସଙ୍କୁ ଆବାହକ ଏବଂ ସହ ଆବାହକ ଦାୟିତ୍ୱ ମିଳିଥିବାବେଳେ ବିନାୟକ ଗୌଡ଼ଙ୍କୁ ଗଞ୍ଜାମ (ପଶ୍ଚିମ), ଆଲୋକ କୁମାର ପ୍ରଧାନ ନୟାଗଡ, ପ୍ରହଲ୍ଲାଦ ଖମାରୀ ଝାରସୁଗୁଡା, ଦିଲ୍ଲୀପ ଦାସ ବରଗଡ଼ ଓ ବନମାଳୀ ପୋଢ଼ଙ୍କୁ ସୋନପୁରର ଆବାହକ ରୂପେ ଦାୟିତ୍ୱ ବଣ୍ଟନ ହୋଇଛି ବୋଲି ରାଜ୍ୟ ଆରଜିପିଏସ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରକାଶ କରି କହିଛନ୍ତି ଯେ, ଏହି ନିଯୁକ୍ତି ଫଳରେ ତୃଣମୂଳ ସ୍ତରରେ କଂଗ୍ରେସ ସୁଦୃଢ ହେବା ସହିତ ଗ୍ରାମୀଣ ଶ୍ରମିକ ମୁଲିଆ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମଜଦୁର ମାନଙ୍କ ଅଧିକାର ପାଇଁ ଅଧିକ କାର୍ଯ୍ୟ କରିହେବ।









