28.1 C
Bhubaneswar
Thursday, June 5, 2025
Homeଓଡିଶାରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ୪ଟି ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତ

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ୪ଟି ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତ

“ଡ. ପ୍ରଦୀପ୍ତ କୁମାର ନନ୍ଦଙ୍କୁ ରାଜ୍ୟ ଅଫିସ ସମ୍ପାଦକ ଦାୟିତ୍ଵ ମିଳିଲା

ଭୁବନେଶ୍ଵର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟିତ ରାଜ ସଂଗଠନ ଅସାନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖ୍ ସଂଗଠନକୁ ସୁଦୃଢ଼ କରିବାର ପ୍ରକ୍ରିୟା ଜାରି ରଖୁଛି । ଆଗରୁ ସଂଗଠନ ର ୧୪ ଟି ଜିଲ୍ଲା ପାଇଁ ଆବାହକ ଓ ସ‌ହ ଆବାହକ ନିଯୁକ୍ତ ହୋଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତି ମିଳିଛି । ସଂଗଠନରେ ମହିଳା ସହଭାଗିତା ଓ ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରତ୍ୟେକଟି ସ୍ତରରେ ମହିଳାମାନଙ୍କୁ ପଦବୀ ଓ ଅଗ୍ରାଧୁକାର ଦେବା ପାଇଁ ସଂଗଠନ ଏଭଳି ନିଷ୍ପଭି କରିଛି। ଆଜି ୪ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତି ହୋଇଛନ୍ତି। ଭୁବନେଶ୍ଵର ଜିଲ୍ଲା ପାଇଁ ଡକ୍ଟର ଦେବାହୁତି ଆଚାର୍ଯ୍ୟ ଆବାହକ ଓ ଶ୍ରୀ ଉମେଶ ଚନ୍ଦ୍ର ଦାସ ସହ ଆବାହକ ଭାବରେ ନିଯୁକ୍ତ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ଶ୍ରୀ ସୁଶାନ୍ତ ବାରିକ, ଆବାହକ ଓ ଶ୍ରୀମତୀ ମଞ୍ଜୁଲତା ପଣ୍ଡା ସହ ଆବାହକ, ନୂଆପଡ଼ାର ଶ୍ରୀ ଅମିତ ଆହିର, ଆବାହକ ଓ ଶ୍ରୀମତୀ ହୀରା ନିହାଲ, ବରଗଡ଼ର ଶ୍ରୀ କିଶୋର ସାହୁ ଆବାହକ ଓ ଶ୍ରୀମତୀ ବାସମତି ବଂଚୋର ସହ ଆବାହକ ଭାବରେ ନିଯୁକ୍ତି ପାଇଛନ୍ତି । ଡକ୍ଟର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ରାଜ୍ୟ କମିଟିର ସମ୍ପାଦକ ଭାବରେ ନିଯୁକ୍ତ କରି ତାଙ୍କୁ ରାଜ୍ୟ ଅଫିସ ପରିଚାଳନା ଦାୟିତ୍ବ ଦିଆଯାଇଛି ।

ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ବ୍ଲକର ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ବ୍ଳକର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସଂଗଠନ ର ରାଜ୍ୟ ଅଧ୍ଯକ୍ଷ ଶ୍ରୀ ସୁଦର୍ଶନ ଦାସ ଓ ସାଂଗଠନ୍ମଳ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ ଜଣାଇଛନ୍ତି । ସଂକଳ୍ପ, ସମର୍ପଣ ଓ ସଂଘର୍ଷକୁ ଆଧାର କରି ନ୍ୟାୟ ପଥରେ ଚାଲି ସଂଗଠନକୁ ମଜବୁତ କରିବାକୁ ସଂଗଠନର ପ୍ରୟାସ ଜାରି ରହିବ ବୋଲି ଏକ ପ୍ରେସ ବାର୍ଭାରେ ସଂଗଠନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking