– ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଶେଷ ହେବ
– ଜୁନ ଶେଷ ସୁଦ୍ଧା ସମସ୍ତ ବ୍ଲକ ପାଇଁ ନିଯୁକ୍ତ ହେବେ ଆବାହକ ଓ ସହ ଆବାହକ
ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ଆସନ୍ତା ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ସଂଗଠନ କୁ ସୁଦୃଢ କରିବାର ପ୍ରକ୍ରିୟା ଜାରି ରଖିଛି । ଆଜି ସଂଗଠନ ର ୧୪ ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତ ହୋଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତି ମିଳିଛି । ସଂଗଠନ ରେ ମହିଳା ମାନଙ୍କ ସହଭାଗିତା ଓ ସଂପୃକ୍ତି କୁ ବଢ଼ାଇବା ପାଇଁ ପ୍ରତ୍ୟେକଟି ସ୍ତରରେ ମହିଳା ମାନଙ୍କୁ ପଦବୀ ଓ ଅଗ୍ରାଧିକାର ଦେବା ପାଇଁ ସଂଗଠନ ନିଷ୍ପତି କରିଛି । ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ବ୍ଲକ ର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସଙ୍ଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଓ ସାଂଗଠାନିକ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ ଜଣାଇଛନ୍ତି।
ଯେଉଁ ଜିଲ୍ଲା ଗୁଡିକରେ ଆବାହକ ଓ ସହ ଆବାହକ ନିଯୁକ୍ତ ହୋଇଛନ୍ତି ସେଗୁଡିକ ହେଲା ବାଲେଶ୍ବର (ସୁବ୍ରତ ଧଡା ଓ ମିନତି ସିଂ), ମୟୂରଭଞ୍ଜ – ପଶ୍ଚିମ ( ଅନୁପ କୁମାର ସୋରେନ ଓ ଗୋଲାପ ସୋରେନ), ମୟୂରଭଞ୍ଜ – ପୂର୍ବ ( ଧର୍ମେନ୍ଦ୍ର ମାରାଣ୍ଡି), କୋରାପୁଟ (ରାମୋ ପାଙ୍ଗି ଓ ମୋନି ଜାନି), ନବରଙ୍ଗପୁର (ବାବୁଲି ବାଗ ଓ ଦମୟନ୍ତୀ ଦିଶାରି), ରାୟଗଡ଼ା (ପୁରନ୍ଦର ସିଂ ଓ କାବ୍ୟା କୁଲେଶିକା) , ମାଲକାନଗିରି (କୃଷ୍ଣଚନ୍ଦ୍ର ଅନୁଗୁ ଓ ବିନତି ଖିଲ), ବଲାଙ୍ଗୀର (ଶ୍ରୀଧର ବାରିକ ଓ ସୂର୍ଯ୍ୟକାନ୍ତି ଛତ୍ରିଆ ) କଟକ ( ଜନାର୍ଦ୍ଦନ ପରିଡ଼ା) ଢେଙ୍କାନାଳ (ସ୍ମିତରାଣୀ ସାମଲ) ଅନୁଗୁଳ (କିଶୋର ମହାକୁଡ) କେନ୍ଦୁଝର ( ସୁଦର୍ଶନ ପାଇକରାୟ ଓ ପ୍ରଦୀପ ପ୍ରଧାନ), କନ୍ଧମାଳ (ଗୋକୁଳ ପ୍ରଧାନ ଓ ପ୍ରମଦା ନାୟକ) ପୁରୀ ( ବିପିନ ମହାନ୍ତି) ପ୍ରମୁଖ । ସଂକଳ୍ପ, ସମର୍ପଣ ଓ ସଂଘର୍ଷକୁ ଆଧାର କରି ନ୍ୟାୟ ପଥରେ ଚାଲି ସଂଗଠନ କୁ ମଜଭୁତ କରିବାକୁ ସଂଗଠନ ର ପ୍ରୟାସ ଜାରି ରହିବ ବୋଲି ଏକ ପ୍ରେସ ବାର୍ତ୍ତା ରେ ସଂଗଠନ ପକ୍ଷରୁ କୁହାଯାଇଛି ।