31.1 C
Bhubaneswar
Thursday, March 19, 2026
Homeଓଡିଶାପିସିସି ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳିତ

ପିସିସି ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପୂର୍ବତନ ବିଧାୟକ ତଥା ସଂଯୋଜକ ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରସ୍ଥ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ଡ. ବିଶ୍ୱରଞ୍ଜନ ମହାନ୍ତି, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଡ. ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାଶ, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ମନୋରଞ୍ଜନ ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ନଜିବୁର ରହେମାନ ଖାନ, ମିହିର ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଆଲୋକ ମହାନ୍ତି, ସୁବ୍ରତ ମହାପାତ୍ର, ରଜୀନ ମହାନ୍ତି, ବାଙ୍କନିଧି ବେହେରା, ଭାସ୍କର ସେଠୀ, ସୁଧାଂଶୁ ମହାନ୍ତି, ସାରଦା ପ୍ରଧାନ, ନଳିନୀକାନ୍ତ ନାୟକ, ବିନ ପାଣି, ତୁଷାରକାନ୍ତ ତପସ୍ୱୀ, ସ୍ୱର୍ଣ୍ଣପ୍ରକାଶ ମିଶ୍ର, ସାଗର ପରିଡ଼ା, କୁଳମଣି ସାହୁ, ସଦାଶିବ ମହାପାତ୍ର, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking