25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶରାଜସ୍ଥାନ : ପୁଲିସରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣ

ରାଜସ୍ଥାନ : ପୁଲିସରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣ

ନୂଆଦିଲ୍ଲୀ : ରାଜସ୍ଥାନରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ରାଜସ୍ଥାନ ପୁଲିସରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ବୁଧବାର ସଚ୍ଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱା ଓ ମନ୍ତ୍ରୀ ଯୋଗାରାମ ପଟେଲ୍‌‌ ଏନେଇ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଭଜନଲାଲ ଶର୍ମାଙ୍କ ପାର୍ଟି ନିର୍ବାଚନୀ ସଂକଳ୍ପ ପତ୍ରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦେବା ସହ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ। ଯାହାକୁ ସରକାର ଲାଗୁ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ ପୁଲିସ ଅଧିନସ୍ଥ ସେବା ନିୟମ ୧୯୮୯ର ସଂଶୋଧନ କରାଯାଇ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସେହିଭଳି ଅନ୍ୟ ନିଷ୍ପତ୍ତି ଗୁଡିକ ମଧ୍ୟରେ ରହିଛି ରାଜ୍ୟରେ ସୌରଶକ୍ତିର ବିକାଶ ନିମନ୍ତେ ଜମିର ଆବଣ୍ଟନ, ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିକୁ ୨୦ଲକ୍ଷରୁ ୨୫ଲକ୍ଷ ଟଙ୍କାକୁ ବୃଦ୍ଧି, ପାରା ଅଲିମ୍ପିକ୍‌‌ ଓ ଅନ୍ୟ କ୍ରୀଡାରେ ସଫଳ ଖେଳାଳିଙ୍କୁ ରାଜ୍ୟ ସରକାର ଚାକିରିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking