କେନ୍ଦୁଝର: ରାଜା ଚକ୍ରଙ୍କୁ ମିଳିଲା ଜାମିନ କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଜିଲ୍ଲା ଦୌରାଜଜ । ଶଶୁରଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟାକର୍ମରେ ଯୋଗ ଦେବା ପାଇଁ ଜାମିନ ମଞ୍ଜୁର ହୋଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର । ରାଜା ଜେଲ୍ ଯିବା ପରେ ରାଜାଙ୍କ ବିରୋଧରେ ଖଣି ଅଞ୍ଚଳର ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାମ କରୁଥିଲେ, ଯାହା ନିର୍ଦ୍ଦେଶରେ କାମ କରୁଥିଲେ , ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।










