16.1 C
Bhubaneswar
Thursday, February 5, 2026
Homeଓଡିଶାରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର:  ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତ ଜୁନ ୨୧ ତାରିଖ ସକାଳେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ସାମିଲ ହେବା ସହ ଯୋଗ ଅଭ୍ୟାସ କରିଥିଲେ । ଚଳିତ ବର୍ଷ “ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଶୀର୍ଷକକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସମେତ ରାଜଭବନର ଅଧିକାରୀ/ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ “ଯୋଗ କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ, ଏହା ଏକ ଜୀବନଶୈଳୀ ଯାହା ଅନ୍ତରରେ ଶାନ୍ତି, ସ୍ଥିରତା ଏବଂ ଆତ୍ମ-ସଚେତନତାକୁ ଜାଗ୍ରତ କରେ। ପ୍ରାଚୀନ ଭାରତୀୟ ଜ୍ଞାନର ମୂଳ ଯୋଗ ଶରୀର, ମନ ଏବଂ ଆତ୍ମାରେ ସମନ୍ୱୟ ଆଣେ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି କହିବା ସହିତ ଯୋଗ ପରି କାଳଜୟୀ ଅଭ୍ୟାସ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ଜୀବନ ଆଡକୁ ମାର୍ଗଦର୍ଶନ କରିବ ବୋଲି ରାଜ୍ୟପାଳ କହିଛନ୍ତି ।ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାପାଇଁ ଯୋଗର ଆବଶ୍ୟକତା ଏବଂ ଏହାର ବିଭିନ୍ନ ପଦ୍ଧତି ସମ୍ପର୍କରେ ଯୋଗ ପ୍ରଶିକ୍ଷକ ଅଜିତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷକ ଡ଼. ସୁଶୀଲ ପଟ୍ଟନାୟକ ଏବଂ କ୍ରିତିଷ୍ଣା ମହାପାତ୍ର ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking