ଭୁବନେଶ୍ୱର : କିସମିସକୁ ପାଣିରେ ଭିଜାଇ ପ୍ରତିଦିନ ସକାଳେ ଖାଆନ୍ତୁ । ଆପଣଙ୍କ ତ୍ୱଚା ଚମକିବ । ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ଚର୍ମ ଟାଣ ଏବଂ ଚମକଦାର ଦେଖାଯିବ । ଏଥିପାଇଁ ଆଜିକାଲି ଲୋକମାନେ ମହଙ୍ଗା କ୍ରିମ ଏବଂ ଚିକିତ୍ସା ପାଇଁ ବ୍ୟବହାର କରନ୍ତି । କିସମିସ ଦୈନିକ ବ୍ୟବହାକ କରିବା ଦ୍ୱାରା ଆପଣଙ୍କ ଶରୀର ପାଇଁ ଅନେକ ଲାଭ ପ୍ରଦାନ କରିଥାଏ । ଏହା ସହିତ ଆପଣଙ୍କ ଓଜନ ନିୟନ୍ତ୍ରଣ କରିବା ବ୍ୟତୀତ ଏହା ରକ୍ତଚାପ ଏବଂ କୋଲେଷ୍ଟ୍ରେଲକୁ ମଧ ନିୟନ୍ତ୍ରଣ କରିପାରିବ । କିସମିସ ହେଉଛି ଏକ ଶସ୍ତା ଏବଂ ଶରଳ ଉପଚାର ଯାହାକି ଆପଣଙ୍କ ଚର୍ମ, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣଙ୍କୁ ରାତିରେ ୮ରୁ୧୦ କିସମିସ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାକୁ ପଡିବ । କିସମିସରେ ଅନେକ ଭିଟାମିନ ଏବଂ ମିନେରାଲ୍ସ ଥାଏ ଯାହା ଆପଣଙ୍କ ଚର୍ମକୁ ଚମକାଇଥାଏ । କିସମିସରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ଚର୍ମକୁ ଯୁକ୍ତ ରେଡିକାଲରୁ ରକ୍ଷା କରିଥାଏ । ଏହା ସହିତ ଆପଣଙ୍କ ଶରୀରରେ ହିମୋଗ୍ଲୋ ବିନ ବୃଦ୍ଧି ପାଇଁ ମଧ୍ୟ କାମ କରେ । କିସମିସରେ ପ୍ରଚୁର ପରିାମାଣରେ ଆଇରନ ଥାଏ । ଯାହା ହିମୋଗ୍ଲାବିନ ସ୍ତର ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ହିମୋଗ୍ଲାବିନ ରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ।ଏବଂ ତ୍ୱଚାକୁ ଉନ୍ନତ କରିଥାଏ । କିସମିସରେ ଭିଟାମିନ ସି ଥାଏ ଯାହାକି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ ଅଟେ । ଏବଂ ତ୍ୱଚାକୁ ଚମକାଇବାରେ ସାହାର୍ଯ୍ୟ କରେ ।