24.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶହଟ ସିଟ୍‌ରେ ରାଇରଙ୍ଗପୁର ଝିଅ

ହଟ ସିଟ୍‌ରେ ରାଇରଙ୍ଗପୁର ଝିଅ

ନୂଆଦିଲ୍ଲୀ:କେବିସି ହଟ୍ ସିଟରେ ବସିଲେ ଓଡ଼ିଆ ଝିଅ । ବହୁ ଦିନ ସ୍ବପ୍ନ ପୂରଣ ହେଲା । ରାଇରଙ୍ଗପୁର ଝିଅ କରିଶ୍ମା ଶର୍ମା । ଜିତିଲେ ୧୨ ଲକ୍ଷ ୫୦ ହଜାର ଟଙ୍କା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁନିସିପାଲିଟି ୬- ନମ୍ବର ୱାର୍ଡର କରିଶ୍ମା ଶର୍ମା ।ଶେଷରେ କେବିସିର ସିଜିନ୍-୨୫ରେ ହଟ୍ ସିଟରେ ବସିବାର ସୌଭାଗ୍ୟ ପାଇଥିଲେ କରିସ୍ମା । ମୁମ୍ବାଇ ଜଲଶା ସ୍ଥିତ ଅମିତାଭ ବଚ୍ଚନଙ୍କ ବାସଭାବନକୁ ମଧ୍ୟ ତାଙ୍କୁ ନିମନ୍ତ୍ରଣ ମିଳିଛି । ଅମିତାଭଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧୨ ଲକ୍ଷ ୫୦ହଜାର ଟଙ୍କା ପର୍ୟ୍ୟନ୍ତ ଜିତିବାରେ ସକ୍ଷମ ହୋଇଥିଲେ କରିଶ୍ମା ଶର୍ମା । ଛୋଟ ବେଳରୁ ହିଁ ଶିକ୍ଷା, ସଂଗୀତ ଓ ନାଚରେ ବେସ ପାରଙ୍ଗମ ଥିଲେ । ଦୀର୍ଘ ଦିନର ପରିଶ୍ରମ ପରେ କରିଶ୍ମାଙ୍କ ସଫଳତା ପାଇଁ ତାଙ୍କ ପରିବାରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । କେବିସିର ଏହି ବିଜେତା କରିସ୍ମା ଶର୍ମା ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଜନ ଓ ପରିବାର ଲୋକଙ୍କୁ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking