ମୟୁରଭଞ୍ଜ: ୪୮ ଘଣ୍ଟା ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ । ଏହି ବନ୍ଦରେ ସମସ୍ତ ଅଫିସ, ଦୋକାନ ଘର, ବଜାର,ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରିଛି । ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୀଡିତାଙ୍କ ଗ୍ରାମବାସୀ ବହଳଦା ଥାନା ଅନ୍ତର୍ଗତ ମୁର୍ମୁ ଛକରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ତେବେ ସେହି ସମୟରେ ଧାରଣା ଦେଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା । ଏବଂ ଉତ୍ୟକ୍ତ ଲୋକେ ମଧ୍ୟ ପୋଲିସ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ୧୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ପରେ ପୋଲିସ ୩୪ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଦାବିରେ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ଗଣଧାରଣାରେ ବସିଥିଲେ । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମଞ୍ଚ ପକ୍ଷରୁ ୪୮ ଘଣ୍ଟାର ଚେତାବନୀ ଦେଇ ଗଣଧାରଣାରୁ ଓହରିଥିଲେ। ଆଜି ସକାଳ ୬ ଘଟିକାଠାରୁ ୨୨ ମାର୍ଚ୍ଚ ସକାଳ ୬ଟା ପର୍ଯ୍ୟନ୍ତ ବାମନଘାଟୀ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି ।










