13.1 C
Bhubaneswar
Sunday, December 7, 2025
Homeଓଡିଶାବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ....

ବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ….

ଭୁବନେଶ୍ୱର : ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଯୋଗୁଁ ଅନେକ ଲୋକଙ୍କ ମଧ୍ୟରେ ଭୂତାଣୁ ଜନିତ ରୋଗ ଦେଖିବାକୁ ମିଳୁଛି । ବର୍ଷା ଋତୁରେ ସାଧାରଣତଃ ଜ୍ୱର, ଥଣ୍ଡା, କାଶ ଏବଂ ଝାଡ଼ା ଭଳି ରୋଗ ବିଶେଷ ଭାବେ ଲୋକମାନଙ୍କୁ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳେ । ଏସବୁ ରୋଗ ହେଲେ ଲୋକମାନେ ସଙ୍ଗେ ସଙ୍ଗେ ଔଷଧ କିଣି ଖାଇଥାନ୍ତି । ମାତ୍ର ଏସବୁ ରୋଗ କେମିତି ନ ହେବ ଏବଂ ଏହି ରୋଗ ନ ହେବା ପୂର୍ବରୁ କେଉଁ ଯତ୍ନ ନେବାକୁ ପଡ଼ିବ ସେ ବିଷୟରେ ଅଧିକାଂଶ ଲୋକ ଯତ୍ନବାନ ନଥିବାରୁ ଏସବୁ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗିଥାନ୍ତି । ଏଥିପାଇଁ ଆୟୁର୍ବେଦିକ ପଦ୍ଧତିରେ କିପରି ନିଜକୁ ଏବଂ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ ସେନେଇ ବାଲେଶ୍ୱରର ଆୟୁବେଦ ଭେଷଜ ବିଶେଷଜ୍ଞ ଡାକ୍ତର ଶାନ୍ତନୁ ଦାସ କ’ଣ କହୁଛନ୍ତି, ଜାଣନ୍ତୁ…. କିଛି ଘରୋଇ ଟିପ୍ସ ତଥା ରୋଷେଇ ଘରେ ଥିବା କିଛି ସାମଗ୍ରୀ ବ୍ୟବହାର କରି ଭୂତାଣୁ ଜନିତ ରୋଗ ଜ୍ୱର, ଝାଡ଼ା, ଥଣ୍ଡା ଓ କାଶରୁ ମୁକ୍ତି ପାଇପାରିବେ । ଡା. ଶାନ୍ତନୁ ଦାସ କହିଛନ୍ତି, ଭଲ ବା ଶୁଦ୍ଧ ପାଣି ପିଅନ୍ତୁ ।

ଘରେ ଭଲ ଭାବେ ପାଣି ଫୁଟାଇ ତାହା ପିଅନ୍ତୁ । ଏହାସହିତ ଯେଉଁ ଖାଦ୍ୟ ସେବନ କରୁଛନ୍ତି ତାହା ସନ୍ତୁଳିତ ଖାଦ୍ୟ ହେବା ଆବଶ୍ୟକ । ଏଥିପାଇଁ ଲାଇଟ ଖାଦ୍ୟ ଖାଇବା ଜରୁରୀ । ବର୍ଷା ଦିନରେ ଘରୋଇ ଉପଚାର ଭାବେ କଳାଜିରା ଏକ ଔଷଧ ଭାବେ କାମ କରିଥାଏ । ଏହାର ବ୍ୟବହାର ଦ୍ୱାରା ଇମ୍ୟୁନିଟି କ୍ଷମତା ବୃଦ୍ଧି ପାଇଥାଏ । ବର୍ଷାଦିନେ ହେଉଥିବା ଝାଡ଼ା, ପତଳା ଝାଡ଼ା କିମ୍ବା ଲାଳ ଝାଡ଼ାର ପ୍ରତିକାର ଜିରା ଦ୍ୱାରା କରାଯାଇପାରେ । ଏହାର ସେବନ ତିନି ପ୍ରକାର ନିଆଯାଇପାରେ, ଜିରା ପାଟିରେ ଚୋବାଇ ସେବନ କରି ପାରିବା, ପାଉଡର ଭାବେ ସେବନ କରି ପାରିବା ଏବଂ ଏହାର କାଢା ତିଆରି କରି ମଧ୍ୟ ସେବନ କରିପାରିବା ।

୧) ଜିରା ପେଟ ଭିତରେ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
୨) ଜିରା ହେଉଛି ମହୋଷଧି, ଏହାକୁ କିଛିଦିନ ବ୍ୟବହାର କରିବାକୁ ପଡ଼ିବ ।
୩) ଆଜି ସେବନ କରି କାଲି ଭଲ ହେବା ନୁହେଁ ସର୍ବନିମ୍ନ ୫ରୁ ୭ ଦିନ ବ୍ୟବହାର କରିବାକୁ ପଡିବ ।
୫) ଯଦି ଜିରା ବ୍ୟବହାର କଲେ ଯେଉଁ ଭୁତାଣୁ ଜନିତ ରୋଗ ଥରେ ହୋଇଥାଏ ତେବେ ତାହାର ପୁନରାବୃତ୍ତି ଦେଖିବାକୁ ମିଳେନି ।
୬) ପିଲାମାନେ ଯଦି ଜିରାର ପ୍ରୟୋଗ କଲେ ସେମାନେ ଦୀର୍ଘ ସୁସ୍ଥ ରହିପାରିବେ ଯାହା ଭାଇରାଲ ଡାଇରିଆରେ ବେଶ ଫଳପ୍ରଦ ହେଉଛି ।
୭) ଜିରା ସେବନ କରିବା ପାଇଁ ୩ ବର୍ଷର ପିଲାମାନଙ୍କ ପାଇଁ ଏକ ଗ୍ରାମ ଜିରା ସହ ମହୁ ସକାଳ ଓ ସନ୍ଧ୍ୟାରେ ସେବନ କରାଯାଇପାରିବ ।
୮) ୩ରୁ ସାତବର୍ଷ ପର୍ଯ୍ୟନ୍ତ ପିଲାମାନେ ଅଧ ଚାମଚ ଜିରା ଓ ମହୁ ଖାଇବା ଦରକାର ।
୯) ୭ ବର୍ଷରୁ ଉର୍ଦ୍ଧ୍ୱ ପିଲାମାନେ ଗୋଟିଏ ଚାମଚ ଜିରା ଓ ମହୁ ସେବନ କଲେ ବର୍ଷା ଋତୁରେ ହେଉଥିବା ଭୂତାଣୁ ଜନିତ ପେଟ ରୋଗରୁ ମୁକ୍ତି ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking