ଭୁବନେଶ୍ୱର: ବର୍ଷାଦିନିଆ ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ । ସଂକ୍ରାମକ ଓ ଜଳରୁ ବ୍ୟାପୁଥିବା ମୁକାବିଲା ପାଇଁ ପ୍ରସ୍ତୁତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ । ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ ପ୍ରସ୍ତୁତି ଓ ଔଷଧ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିି । ଔଷଧଯୁକ୍ତ ମଶାରୀ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଛାତ ଉପରେ ଥିବା ପାଣିଟାଙ୍କିକୁ ସଫା କରିବାକୁ ପରାମର୍ଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲାଯିବା ପୂର୍ବରୁ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ା
ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା । କହିଥିଲେ, ବର୍ତ୍ତମାନ ରାଜ୍ୟରେ ୮୦ଟି ଡେଙ୍ଗୁ ମାମଲା ରହିଛି । ସେମାନଙ୍କ ଅବସ୍ଥା ଭଲ ଅଛି, ରିପୋର୍ଟକୁ ଅପେକ୍ଷା ରହିଛି । ଗୋଟିଏ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଥିଲା । ତାହା ଡେଙ୍ଗୁଜନିତ ନୁହେଁ । ୭ଟି ଜିଲ୍ଲାକୁ ଭୁବନେଶ୍ୱରରୁ ଟିମ ଯାଇ ସମୀକ୍ଷା କରିବେ । ମାଲକାନଗିରି , କୋରାପୁଟ, ରାୟଗଡା, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାଉରକେଲା ଯିବ ଟିମ ।