13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶରାଜସ୍ଥାନରେ ବର୍ଷା ପ୍ରଳୟ, ୧୬ ମୃତ

ରାଜସ୍ଥାନରେ ବର୍ଷା ପ୍ରଳୟ, ୧୬ ମୃତ

ଭୋପାଳ: ପ୍ରବଳ ବର୍ଷା ଯୋଗୁଁ ରାଜସ୍ଥାନରେ କେବଳ ଯେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତାହାନୁହେଁ ବରଂ ଏହା ଅନେକଙ୍କ ମୃତ୍ୟୁର କାରଣ ମଧ୍ୟ ସାଜିଛି । ରିପୋର୍ଟ ଅନୁସାରେ ରାଜ୍ୟରେ ବର୍ଷା ଯୋଗୁଁ ହୋଇଥିବା ବିଭିନ୍ନ ଦୁର୍ଘଟଣାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ବୁଡ଼ିଯିବା, ବଜ୍ରପାତ, କୋଠା ଭୁଶୁଡ଼ିବା ଏବଂ ବିଦ୍ୟୁତ୍ ଆଘାତ ଯୋଗୁଁ ମୃତ୍ୟୁ ଅନ୍ତର୍ଭୁକ୍ତ । ଚିତ୍ତୋରଗଡ଼ରେ ୪, କୋଟାରେ ୪, ପ୍ରତାପଗଡ଼ରେ ୩, ଚୁରୁରେ ୨, ରାଜସମନ୍ଦରେ ୧, ଭରତପୁରରେ ୧ ଏବଂ ପାଲିରେ ୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସୋମବାର କୋଟାରେ ରାଜ୍ୟରେ ସର୍ବାଧିକ ୧୯୮ ମିମି ବର୍ଷା ହୋଇଛି । ଏଠାରେ କୋଟା ବ୍ୟାରେଜର ୧୨ଟି ଗେଟ୍ ଖୋଲାଯାଇଛି ।

ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋଗୁ ନର୍ମଦା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜବଲପୁର, ରେୱା ସମେତ ୧୦ଟି ଜିଲ୍ଲାରେ ଏକ ସପ୍ତାହ ଧରି ନିରନ୍ତର ବର୍ଷା ଚାଲିଛି । ଏହି ଜିଲ୍ଲାଗୁଡ଼ିକରେ ସଂଗୀନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ଶେଓପୁରର ଅନେକ ଅଞ୍ଚଳ ଏବଂ ଗାଁ ପାଣିରେ ଘେରି ରହିଛି ।

ଘର ଏବଂ ଦୋକାନଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇଯାଇଥିଲା । ଏତଦ୍‌ବ୍ୟତୀତ ଉତ୍ତରପ୍ରଦେଶରେ ବର୍ଷାଜନିତ ବିତ୍ପାତ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରୁ ମିଳିଥିବା ସୂଚନାନୁସାରେ ଲଗାଣ ବର୍ଷା ଯୋଗୁଁ ଲକ୍ଷ୍ନୌ, କାନପୁର, ବରେଲି ସମେତ ୟୁପିର ୧୫ଟି ସହରରେ ଜଳବନ୍ଦୀ-ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଅନେକ ଡ୍ୟାମ୍ ଓଭରଫ୍ଲୋ ହେବା ଆରମ୍ଭ କରିଛି । ସୋମବାର ଲଳିତପୁରର ଗୋବିନ୍ଦ ସାଗର ଡ୍ୟାମର ୧୭ଟି ଗେଟ୍ ଖୋଲାଯାଇଛି । ଚିତ୍ରକୂଟରେ, ୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ଟି ସେତୁର ଆପ୍ରୋଚ୍ ରୋଡ୍ ଉଦଘାଟନ ପୂର୍ବରୁ ଧୋଇଯାଇଛି । ପ୍ରକାଶ, ହିମାଚଳପ୍ରଦେଶରେ, ଗତ ୨୪ ଦିନରେ ବର୍ଷାଜନିତ ଘଟଣାରେ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୨୦୦ରୁ ଅଧିକ ରାସ୍ତା ଏବେ ବି ବନ୍ଦ ଅଛି । ଗତ ୩ ଦିନ ଧରି ଭୂସ୍ଖଳନ ଯୋଗୁଁ ମନାଲି-ଚଣ୍ଡିଗଡ଼ ରାଜପଥ ପ୍ରତିଦିନ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking