18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ; ମାସକରେ ୬୦ରୁ ଊର୍ଦ୍ଧ୍ୱ ମୃତ

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ; ମାସକରେ ୬୦ରୁ ଊର୍ଦ୍ଧ୍ୱ ମୃତ

ଶିମ୍‌ଲା: ହିମାଚଳ ପ୍ରଦେଶରେ ଏବେ ଲଗାଣ ବର୍ଷାଜନିତ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । କେତେକାଂଶରେ ଏହା ପ୍ରାଣଘାତୀ ସାବ୍ୟସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୧ ମାସ ମଧ୍ୟରେ ହିମାଚଳରେ ବର୍ଷା ଓ ତତ୍‌ଜନିତ ଦୁର୍ଘଟଣାରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ହୋଇଛି । ପ୍ରକାଶ, ଜୁନ୍ ୨୭ରେ ହିମାଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା । ଉଚ୍ଚସ୍ଥାନରୁ ଖସି ୨୧ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୧୮, ସାପ କାମୁଡାରେ ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ପ୍ରତ୍ୟେକ ୮ ଏବଂ ଆକସ୍ମିକ ବନ୍ୟାରେ କିଛି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି । ତେବେ ହିମାଚଳ ଭଳି ଏକ ଭୂସ୍ଖଳନପ୍ରବଣ ରାଜ୍ୟରେ ଏହି ସମୟ ସୁଦ୍ଧା ଭୂସ୍ଖଳନ କିମ୍ବା ବଜ୍ରପାତରେ କେହି ପ୍ରାଣ ହରାଇନଥିବା ମଧ୍ୟ ସ୍ପଷ୍ଟ କରାଯାଇଛି । ତେବେ ଲଗାଣ ବର୍ଷା ଯୋଗୁ ସହଶ୍ରାଧିକ ଘରଦ୍ୱାର ସବୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ୍ ୪୧୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି । ଏଥିମଧ୍ୟରୁ ପୂର୍ତ୍ତ ବିଭାଗ ୧୭୨ କୋଟି ଏବଂ ଉଦ୍ୟାନ ବିଭାଗ ୧୩୯ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ଆଇଏମ୍‌ଡି ପକ୍ଷରୁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking