30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବିହାରରେ ବର୍ଷା ବିତ୍ପାତ ; ୨୪ ଘଣ୍ଟାରେ ଗଲାଣି ୯ ଜୀବନ

ବିହାରରେ ବର୍ଷା ବିତ୍ପାତ ; ୨୪ ଘଣ୍ଟାରେ ଗଲାଣି ୯ ଜୀବନ

ବିହାର : ଜଳ ବିହୁନେ ସର୍ବନାଶ। ଜଳ ବହୁଳେ ସର୍ବନାଶ । ବିହାରରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ କିଛି ଜିଲ୍ଲା ଜଳାର୍ଣ୍ଣବ ହୋଇଛି । କେଉଁଠି ଘର ବୁଡିଯାଇଛି, କେଉଁଠି ବଡ ବଡ ଗଛ ବନ୍ୟା ପାଣି ମାଡ଼ରେ ଭାସିଯାଉଛି । ରାସ୍ତାଘାଟ ଘରଦ୍ବାର ସବୁଠି ପଶିଛି ବର୍ଷା ଓ ବନ୍ୟା ପାଣି । ଅଧାରାସ୍ତାରେ କେଉଁଠି ଯାନବାହନ ବୁଡିଯାଇଛି ତ ପୁଣି କେଉଁଠି ବନ୍ୟାସ୍ରୋତରେ ଭାସିଯାଉଛି କାର । ପିଲାଛୁଆଙ୍କୁ ଧରି ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ବନ୍ୟା ପ୍ରଭାବିତ । ବହୁ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ ଘଡ଼ଘଡ଼ିରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ୯ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରୁ ଜଣାପଡ଼ିଛି । ମୁଖମନ୍ତ୍ରୀ ନୀତିଶ କୁମାର ଏନେଇ ଦୁଃଖ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶିର ଘୋଷଣା କରିଛନ୍ତି । ସୂଚନା ଥାଉକି, କିଛିଦିନ ଧରି ବିହାରର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବିକ ବିହାରରେ ଆଜି ବାଦଲ ଛାଇ ହୋଇ ରହିବ । ଘଡ଼ଘଡ଼ି ସହ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking