19.1 C
Bhubaneswar
Tuesday, January 28, 2025
Homeଓଡିଶାବର୍ଷା : ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା : ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୋଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ପାଇଁ କିଛି ସ୍ଥାନରେ ଫ୍ଲାସଫ୍ଲଡ କିମ୍ବା ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ରହିଛି।

ସେପଟେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍‌ କରିଛି । ଜାମଶୋଳାଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି। ସେହିଭଳି ମଥାନି ରୋଡ୍‌ ବ୍ରିଜ୍‌ ପାଖରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢୁଛି । ସୋମବାର ସ୍ୱତନ୍ତ୍ର ରିଲିଫ କମିଶନର ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି । ବାଲେଶ୍ୱରରେ ୧୦ଟି ଅଗ୍ନିଶମ ଟିମ୍‌, ୬ଟି ଓଡ୍ରାଫ ଟିମ୍‌ ଓ ଗୋଟିଏ ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking