ଭୁବନେଶ୍ୱର : ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା । ୨୪ଘଣ୍ଟାରେ ଅଧା ଓଡ଼ିଶାରେ କାଳବୈଶାଖୀ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଓ କୁଆପଥର ସହ ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାକୁ ଛାଡ଼ିଲେ ଅଧା ଓଡ଼ିଶାରେ କାଳବୈଶାଖୀ ବର୍ଷାର ଆଲର୍ଟ ଜାରି କରାଯାଇଛି ।