ଭୁବନେଶ୍ବର: ଲଘୁଚାପର ପ୍ରଭାବ କମି ଆସିଥିବା ବେଳେ ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଫଳରେ ଦିନରେ ଖରା ଓ ସନ୍ଧ୍ୟା ବେଳକୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଏହିଭଳି ମୌସୁମୀ ବର୍ଷା ଦେଖିବାକୁ ମିଳୁଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।










