ଭୁବନେଶ୍ୱର: ‘ମୋନ୍ଥା’ର ପ୍ରଭାବରେ ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ହେଉଛି । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏନେଇ ଏନଡିଆରଏଫ, ଏସଡିଆରଏଫ ଟିମ ସଜାଗ ଅଛନ୍ତି । କାଲି ସଂଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ କରିବ ମୋନ୍ଥା । ମଛଲିପଟମ ଓ କଳିଙ୍ଗପଟନମ ମଝି କାକିନାଡା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ବହିବ ।










