29.1 C
Bhubaneswar
Saturday, September 28, 2024
Homeଓଡିଶାନେପାଳରେ ବର୍ଷା ବିତ୍ପାତ ; ଗଲାଣି ୧୧ ଜୀବନ

ନେପାଳରେ ବର୍ଷା ବିତ୍ପାତ ; ଗଲାଣି ୧୧ ଜୀବନ

ନେପାଳ : ନେପାଳରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ମୁସଳଧାରାରେ ବର୍ଷା ଯୋଗୁଁ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ରହିଛନ୍ତି । ଏ ନେଇ ନେପାଳ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାପଡ଼ିଛି । ଶୁକ୍ରବାରଠାରୁ ନେପାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ପ୍ରାୟ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ରହିଛନ୍ତି । ରାଜଧାନୀ କାଠମାଣ୍ଡୁରେ ୯, ଲଲିତପୁରରେ ୧୬ ଏବଂ ଭକ୍ତପୁରରେ ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି କାବ୍ରେପଲଞ୍ଚୋକ୍ରେ ୩, ପଞ୍ଚଥର ଓ ଢାଙ୍କୁଟାରେ ୨ ଜଣ ଲେଖାଏଁ ଏବଂ ଝାପା ଓ ଢାଡ଼ିଂରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ନେପାଳ ପୁଲିସର ସୂଚନା ମୁତାବକ, ବର୍ଷାରେ ୨୨୬ଟି ଘର ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ପ୍ଲାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ୩୦୦୦ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି ବୋଲି ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking